ଦୁଇଟି ପ୍ରେଟ୍ରୋଲ ଟ୍ୟାଙ୍କି ବିବାଦ ଘନେଇଲା

ଜଗତସିଂହପୁର: ବାଲିକୁଦାର ଖାତନାମ ସମାଜସେବୀ ତଥା ଆଡ଼ଭୋକେଟ ଡ.ସୁଶାନ୍ତ କୁମାର କାନୁନ୍ଗୋଙ୍କ ଇଜିଲାସରେ ଏକ ଜନସ୍ୱାର୍ଥ ମାମଲ ଓଡ଼ିଶା ହାଇକୋର୍ଟରେ ଦାଏୟ ହୋଇଥିଲା ଏହି ଜନସ୍ୱାର୍ଥ ମାମଲ ସ୍ଥାନୀୟ ସମାଜ ସେବୀ ବିଶ୍ୱନାଥ ଦାସଙ୍କ ନାମରେ ଗତ ୯.୬.୨୦୨୦ ଦିନ ହାଇକୋର୍ଟ କେଶ ନଂ ୧୮/୧୬୯/୨୦୨୦ ଦ୍ୱାରା ଷ୍ଟାଟସ୍କୋ ବା ସ୍ଥଗିତ ଦେଶ ବଳରେ ଗୋଟିଏ ସ୍ଥାନରେ ଏକାଧିକ ତୈଳ ଟ୍ୟାଙ୍କ ନିର୍ମାଣ ହୋଇପାରିବ ନାହିଁ ।
ଏଠାରେ ସୂଚନା ଥାଉକି ଗତ ପ୍ରାୟ ୪ ବର୍ଷ ହେବ ଏସ.ଆର.ଏଚପିସିଏଲ ପକ୍ଷରୁ ବାଲିକୁଦା ବ୍ଲକ ନିକଟସ୍ଥ ଇଶ୍ୱରପୁର ତିନିଛକିଠାରେ ଏକ ତୈଳ ଟ୍ୟାଙ୍କ ଅଛି ।
ଏଠାରେ ଆଉ ଏକ ତୈଳ ଟ୍ୟାଙ୍କ ଉଷାରାଣି ସାହୁ ନାମଙ୍କ ଓ.ବି.ସି ବ୍ୟକ୍ତି କୋଟା ମାଧ୍ୟମରେ ତୈଳ ଟ୍ୟାଙ୍କ ନିର୍ମାଣ କରିବା ନିମନ୍ତେ ଅନୁମୋଦନ ଲାଭ କରିଛନ୍ତି । ଯାହାଫଳରେ ଭାଗିରଥି କନ୍ଷ୍ଣକସନ୍ ମାଲିକ ବାପି ସାହୁ ଓ ଏସ.ଆର.ଏଚପିସିଏଲ ପେଟ୍ରୋଲ ଟ୍ୟାଙ୍କ ମାଲିକଙ୍କ ମଧ୍ୟରେ ବିବାଦ ତିବ୍ର ରୂପ ନେଇଛି ।
ଯାହାଫଳରେ ଦୁଇ ପେଟ୍ରୋଲ ଟ୍ୟାଙ୍କି ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ତେବେ ଏସ.ଆର. ଏଚପିସିଏଲ ପେଟ୍ରୋଲ ଟ୍ୟାଙ୍କ ପକ୍ଷରୁ ଆଇନ୍ଜୀବି ସୂର୍ଯ୍ୟକାନ୍ତ ମିଶ୍ର ନୂତନ ପେଟ୍ରୋଲ ଟ୍ୟାଙ୍କ କରାଇ ନ ଦେବା ପାଇଁ କେଶକୁ ପ୍ରୋଟେକସନ କରୁଛନ୍ତି । ଯାହା ଫଳରେ ଏବେ ନୂଆ ପେଟ୍ରୋଲ ଟ୍ୟାଙ୍କ ନିର୍ମାଣ କାମ ବନ୍ଦ ରହିଛି । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଛି ।

Leave A Reply

Your email address will not be published.

9 − 6 =