ଭୁବନେଶ୍ୱର: ଆଗ୍ରାହ ଯେବେ ପେସାରେ ପରିଣତ ହୁଏ, ସ୍ୱପ୍ନ ସାକର କରିବା ପାଇଁ ବାଟ ଖୋଲିଯାଏ । ଏଭଳି ସ୍ଥଳେ ମଣିଷ ସ୍ଥାନ, କାଳ ପରିଚୟକୁ ଲଘିଂ ଯାଇପାରେ । ଯାହାର ଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଭାରତକୁ ଟିକ୍ଟକ୍ର ବିକଳ୍ପ ‘ଚିଙ୍ଗାରି ଆପ୍’ ଭେଟି ଦେଇଥିବା ଓଡ଼ିଆ ପୁଅ ବିଶ୍ୱାତ୍ମା ନାୟକ । କଟକ ଅଡ଼ଶପୁରର ଏକ ଛୋଟିଆ ଗାଁ’ରେ ଜନ୍ମିଥିଲେ ହେଁ କୋଡିଂ ଓ ପ୍ରୋଗ୍ରାମିଂ କରିବାର ନିଶା ତାଙ୍କୁ ସମଗ୍ର ଭାରିତରେ ପରିଚିତ କରାଇଛି । ଟିକ୍ଟକ୍ ବ୍ୟାନ୍ ପରେ ଚିଙ୍ଗାରି ଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ଏବେ ୨ କୋଟି ୭୦ ଲକ୍ଷରେ ପହିଂଛି । ଲୋକପ୍ରିୟତାକୁ ଦେଖି ସଂପ୍ରତି ସେ ବେଙ୍ଗାଲୁରୁ କାର୍ଯ୍ୟାଳୟ୨୫ ଜଣଙ୍କୁ ନିଯୁକ୍ତି ଦେଇସାରିଲେଣି । ଏହା ବ୍ୟତୀତ ୧ ହଜାରରୁ ଅଧିକ ବ୍ୟକ୍ତି ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏହି ଆପ୍ ତିଆରି କରି ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର’ ନାରାର ସଠିକ୍ ଉପଯୋଗ କରିଛନ୍ତି ବିଶ୍ୱାତ୍ମା ଓଡ଼ିଆମାନେ ଯେ କୌଣସି କ୍ଷେତ୍ରରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିପାରନ୍ତି, ତାହା ସେ କରି ଦେଖାଇବା ସହ ଆତ୍ମନିର୍ଭର ହେବାକୁ ଚାହୁଥିବା ଓଡ଼ିଆ ଯୁବବର୍ଗ ପାଇଁ ପ୍ରେରଣା ସାଜିଛନ୍ତି । ଏହି ଆପ୍ର ଲୋକପ୍ରିୟତା ଦେଖି ଭିଲେଜ୍ ଗ୍ଲୋବାଲ୍ ଓ କିଛି ଭାରତୀୟ କମ୍ପାନିକୁ ୭ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିଛନ୍ତି । ଏଥିରେ ସେ ଆପ୍କୁ ଟିକ୍ଟକ୍ଠାରୁ ଆହୁରି ଉନ୍ନତ କରିଛନ୍ତି । ପୁଣି ମହିନ୍ଦ୍ର କମ୍ପାନିର ଆନନ୍ଦ ମହିନ୍ଦ୍ରା ମଧ୍ୟ ପାଣ୍ଠି ଯୋଗାଇ ଦେବେ ବୋଲି କହିଛନ୍ତି । ବିଶ୍ୱାତ୍ମା ଏଭଳି ପରିକଳ୍ପନା ପଛର ଗୁମର ଖୋଲି କହିଛନ୍ତି, ଯେବେ ସେ ଭିଡିଓ ଗେମ୍ ଖେଳିନ୍ତି, ବାପା ବିନୋଦ କୁମାର ନାୟକ ବି ତାଙ୍କ ସହ ଗେମ୍ରେ ତାଙ୍କ ସହ ଗେମ୍ରେ ମାତି ଯାଆନ୍ତି । ବିଦୁ୍ୟତ୍ ସାମଗ୍ରୀଟେ ହାତରେ ପଡ଼ିଲେ ତାକୁ ତାଙ୍କ ବାପା ତନ୍ନତନ୍ନ କରି ଦେଖନ୍ତି । ପ୍ରଦର୍ଶନୀ ପଡ଼ିଆରେ କିଛି ଗୋଟେ ବୈଷୟିକ ଜ୍ଞାନକୌଶଳ ଆଡ଼କୁ ଆକର୍ଷିତ କଲା । ମା’ ବନିତା ନାୟକ ବି ବିଶ୍ୱାତ୍ମାଙ୍କୁ ପଢ଼ାରେ ସମସ୍ତ ସ୍ୱାଧୀନତା ଯୋଗାଇଦେଲେ । ସେ ନିଜ ଗାଁ ସ୍କୁଲ୍ ପ୍ରାଚୀ ଏକାଡେମିରେ ପଢ଼ିବା ପରେ ରୟାଲ କଲେଜ୍ ଅଫ ସାଇନ୍ରେ +୨ ଶେଷ କଲେ । ପରେ ଆଇଟିଆର୍ରେ ମେକାନିକାଲ୍ ଇଂଜିନିୟରିଂ ପଢ଼ିଥିଲେ ହେଁ ଏଥିରେ ତାଙ୍କ ମନ ଲାଗି ନଥିଲା । ତେଣୁ ବେଙ୍ଗାଲୁରୁ ଯାଇ ଜାଭା ଓ ପ୍ରୋଗ୍ରିମିଂ ଲାଙ୍ଗୁ ଏଜ୍ରେ ୬ ମାସ ଅଧ୍ୟୟନ କରି ସଫ୍ଟୱେର ଡେଭଲପ କାମରେ ନିୟୋଜିତ ହେଲେ । ଚାଇନା ସାମଗ୍ରୀ ବର୍ଜନ ନେଇ ଯେବେ ସ୍ୱର ଉଠିଲା, ସେତେବେଳେ ସେ ଟିକ୍ଟକ୍ର ବିକଳ୍ପ ଚିନ୍ତା କଲେ । ଲୋକେ ନିଜ ଷ୍ଟାଟସରେ ଛୋଟ ଭିଡିଓ ପକାଇ ସେୟାର କରୁଥିବାର ଦେଖି ସେହିଭଳି ଏକ ଉପଯୋଗୀ ଆପ୍ ତିଆରି କରିବାକୁ ଚିନ୍ତା କଲେ । ୨୦୧୮ରେ ସେ ପ୍ରସ୍ତୁତ କଲେ ଚିଙ୍ଗାରି ଆପ୍ । ଏଥିରେ ତାଙ୍କର ଦୁଇ ବନ୍ଧୁ ଛତିଶଗଡ଼ର ସୁମିତ ଘୋଷ ଓ କର୍ଣ୍ଣାଟକର ସିଦ୍ଧାର୍ଥ ଗୌତମ ସହଯୋଗ କଲେ । ଏହି ଆପ୍ରେ ଯେବେ ୧ ଲକ୍ଷ ଚିଙ୍ଗାରି ଆପ୍ ବ୍ୟବହାରକାରୀ (ୟୁଜର୍) ଯୋଡି ହେଲେ, ସେ ଏହାକୁ ମାର୍କେଟିଂ କଲେ । ଫଳସ୍ୱରୂପ ୭୨ ଘଂଟାରେ ୫ ଲକ୍ଷ ବ୍ୟବହାରକାରୀ ବଢ଼ିଗଲେ । ସେ ପ୍ରଥମେ ସ୍ଥାନ ଅଧିକାର କଲେ । ଏହା ତାଙ୍କୁ ଆହୁରି ପ୍ରେରିତ କଲା । ନିକଟରେ ଯେବେ ନିରାପତାକୁ ଦୃଷ୍ଟିରେ ରଖି ଚୀନ୍ ଆପ୍ଗୁଡ଼ିକ ବ୍ୟାନ୍ ହେଲା, ବିଶ୍ୱାତ୍ମାଙ୍କ ଚିଙ୍ଗାରି ଆପ୍ ୩ ଦିନରେ ୧ କୋଟି ଡାଉନଲୋଡ଼୍ ହେଲା । ଏବେ ଏହି ସଂଖ୍ୟା ୨ କୋଟି ୭୦ ଲକ୍ଷ ଅତିକ୍ରମ କରିଛନ୍ତି । ଭିଡିଓ ଅପ୍ଲୋଡ୍ କରିବା, ବନ୍ଧୁଙ୍କ ସହ ଚାଟ୍ କରିବା, ନୂଆ ବନ୍ଧୁ ଯୋଡିବା, ନିଜର ପ୍ରତିଭାକୁ ସେୟାର କରିବା ଭଳି ସୁଯୋଗ ଥିବା ବେଳେ ସଂପ୍ରତି ଏଥିସହ ସେ କିଛି ନିଉଜ୍ ଚ୍ୟାନେଲ୍କୁ ଯୋଡୁଛନ୍ତି । ଫଳରେ ଲୋକେ କମ୍ ସମୟ ମଧ୍ୟରେ ସବିଶେଷ ଖବର ପାଇପାରିବେ । ଦିନେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଚମକିବ ବୋଲି ଚିନ୍ତା କରି ସେ ବାଛିବାଛି ନାଁ ଦେଇଥିଲେ ଚିଙ୍ଗାରି । ଶେଷରେ ସେହି ନାମ ସାର୍ଥକ ହେଲା ।