ବୈତରଣୀ ଓ ଶାଖା ନଦୀରେ ୩ ଘାଇ

ଯାଜପୁର : ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ୩ ଗୋଟି ଘାଇ ସୃଷ୍ଟି ହୋଇଚ୍ଥି । ଦଶରଥପୁର ବ୍ଳକର କମଳପୁର ଓ ଦତପୁର ଏବଂ ଯାଜପୁର ବ୍ଳକର ସିମିଳିଆ ଠାରେ ଘାଇ ସୃଷ୍ଟି ହେବାରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଚ୍ଥି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ ରଂଜନ କୁମାର ଦାସ, ଆଇଏଏସ୍ ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବି.ଡି.ଓ. ସୈାରଭ ଚକ୍ରବର୍ତୀ, ତହସିଲଦାର ସୁଶାନ୍ତ ପତି, ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ ପ୍ରମୁଖ ଘାଇ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର ଓ ଥଇଥାନ ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଦତ୍ତପୁର ଠାରେ ସୃଷ୍ଟି ହୋଇଥିବା ଘାଇ ସ୍ଥଳକୁ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଲାପାଳ , ଆଇ.ଏ.ଏସ୍. ପ୍ରୋବେସନର, ପ୍ରକଳ୍ପ ନିର୍ଦେଶକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଦଶରଥପୁର ବି.ଡି.ଓ. ନାରାୟଣ ନାୟକ, ତହସିଲଦାର ସୈାରଭ ବେହେରା, ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ ପ୍ରମୁଖ ପରିଦର୍ଶନ କରିବା ସହ ପାଣି ଘେରରେ ଥିବା ଲୋକ ମାନଙ୍କୁ ଉଦ୍ଧାର ଓ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା କରିଥିଲେ । ଅପର ପକ୍ଷରେ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବିଭିନ୍ନ ବ୍ଳକକୁ ନିରନ୍ତର ପରିଦର୍ଶନ କରିବା ସହ ପରିସ୍ଥିତି ଉପରେ ଦୃଷ୍ଟି ରଖିଚ୍ଥନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ ମାନଙ୍କୁ ରିଲିପଂ ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ବେଳେ ତୁରନ୍ତ ଗୋ-ଖାଦ୍ୟ ଯୋଗାଇ ଦେବାକୁ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଚ୍ଥନ୍ତି ।

Leave A Reply

Your email address will not be published.

thirteen + twenty =