ବିଶ୍ୱ ଶ୍ରୀମତୀ ସୁନ୍ଦରୀ ସାଜିଲେ ଓଡ଼ିଆ ଝିଅ ଅମିତା ପଣ୍ଡା

ଭୁବନେଶ୍ୱର: ବିଶ୍ୱଦରବାରରେ ଓଡିଶା ପାଇଁ ଗୌରବ ଆଣିଲେ ଆଉ ଜଣେ ଓଡିଆ ଝିଅ । ଚୀନରେ ଚମକିଲେ ଓଡିଆ ଝିଅ ଅମିତା ପଣ୍ଡା । ଚୀନରେ ଆୟୋଜିିତ ସୁନ୍ଦରୀ ପ୍ରତିଯୋଗିତାରେ ଭୁବନେଶ୍ୱରର ଅମିତା ପଣ୍ଡାଙ୍କୁ ମିଳିଛି ମିସେସ ୟୁନିର୍ଭସ କ୍ରାଉନ । ବିଦେଶରେ ସଫଳତା ପାଇବା ପରେ ଏବେ ଘରକୁ ଫେରିଛନ୍ତି ଅମିତା ପଣ୍ଡା । ସଫଳତାର ନୂଆ ନାଁ ଅମିତା ପଣ୍ଡା । ଭୁବନେଶ୍ୱର ଝିଅ ରାଜ୍ୟ ପାଇଁ ଆଣିଲେ ନୂଆ ଗୌରବ । ୯୦ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏବେ ଏହି ସୁନ୍ଦରୀ ମିସେସ ୟୁନିର୍ଭସ ହୋଇପାରିଛନ୍ତି । ଅର୍ନ୍ତଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅମିତା ବର୍ଷକ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଦିଲ୍ଲୀ ମିସେସ ସେଣ୍ଟ୍ରାଲ ପ୍ୟାସିଫିକ୍ ଏସିଆ ୨୦୧୮ ବିଜୟିନୀ ହେବା ପରେ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଆଉ ଏବେ ବିଶ୍ୱ ଦରବାରରେ ନିଜ ପାଇଁ ନୂଆ ସଫଳତା, ପରିଚୟ ବନାଇପାରିଛନ୍ତି 

ଫିଟ ଆଣ୍ଡ ଫାଇନ ରହିବା ପାଇଁ ଅମିତା ରିିତିମତ ୱାର୍କଆଉଟ କରିବା ସହ ବାଲାନ୍ସ ଡାଏଟ କରିଥାନ୍ତି । ଅମିତା କହିଛନ୍ତି ଯେ ଯଦି ଆପଣଙ୍କ ଲକ୍ଷ୍ୟ ଉପରେ ଆପଣଙ୍କ ଦୃଢ ନଜର ଯଦି ରହିଛି ତେବେ ସଫଳତା ନିଶ୍ଚିତ ମିଳିବ । ଏହି ସବୁ ସଫଳତା ପାଇଁ ସେ ନିଜ ସ୍ୱାମୀ ଡାକ୍ତର ପ୍ରଭଞ୍ଜନ ମହାପାତ୍ର ଏବଂ ପୁରା ପରିବାରକୁ ଶ୍ରେୟ ଦିଅନ୍ତି । ଏମାନଙ୍କ ସହଯୋଗ, ସମର୍ଥନ ବିନା ଏସବୁ ସଫଳତା ପାଇବା ଏକପ୍ରକାର ଅସମ୍ଭବ ଥିଲା ବୋଲି ଅମିତା ପଣ୍ଡା କହିଛନ୍ତି |

Leave A Reply

Your email address will not be published.

5 × five =