ରାଜ୍ୟରେ ୫୦୦ ମୁହାଁ କରୋନା ମୃତ୍ୟୁ ସଂଖ୍ୟା


ଭୁବନେଶ୍ୱର- ରାଜ୍ୟରେ ପୁଣି ୧୦ ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ କନ୍ଧମାଳରୁ ୩ ଜଣ ଲେଖାଏଁ, ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୬୫ରେ ପଂହଚିଥିବା ବେଳେ କନ୍ଧମାଳରେ ୧୦, ଗଞ୍ଜାମ ୧୯୦, ନୟାଗଡ ୧୩, ରାୟଗଡା ୨୪ ଓ ସୁନ୍ଦରଗଡ ୩୬ ରହିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୯୨ରେ ପଂହଚିଛି ।

Leave A Reply

Your email address will not be published.

15 − 11 =