ପୁରୀ ବେଳାଭୂମିରେ ପ୍ରଣବ ଦାଙ୍କ ପ୍ରତିଛବି ଆଙ୍କିଛନ୍ତି ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ


ପୁରୀ- ପୁରୀ ବେଳାଭୂମିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ପ୍ରତିଛବି ଆଙ୍କିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବାରୁ ଦିଲ୍ଲୀ ଆର୍ମି ହସ୍ପିଟାଲରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବାଲୁକା ଶିଳ୍ପୀରେ ସୁଦର୍ଶନ ଲେଖଛନ୍ତି ଭାରତ ରତ୍ନ ଓ ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ସେ ମର୍ମାହତ । ଶେଷରେ ସେ ଓମଶାନ୍ତି ବୋଲି ଲେଖିଛନ୍ତି । ସେ ଭାତରତର ୧୩ ତମ ରାଷ୍ଟ୍ରପତି ଥିଲେ । ତାଙ୍କ ବିୟୋଗରେ ୭ ଦିନ ରାଷ୍ଟ୍ରୀୟଶୋକ ପାଳନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଆଜି ମୂଖାର୍ଜୀଙ୍କ ଶେଷକୃତ ସମ୍ପନ୍ନ ହେବ ।

Leave A Reply

Your email address will not be published.

twelve + 11 =