ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଏରସମା : ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମହିଳାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ , ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଉଥିବା ବେଳେ ପୁଲିସ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି । ଏହି ଘଟଣା ଘଟିଛି ଜଗସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଂଚାୟତ ଆଂଉରୀବିର କିଶୋରପୁର ଗାଁରେ । ବିରକିଶୋରପୁର ଗାଁର ବାବୁଲି ଜେନାଙ୍କ ପତ୍ନୀ ଲକ୍ଷ୍ମୀପ୍ରୀୟାଙ୍କର ଗତ ୨୪ ତାରିଖରେ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଲକ୍ଷ୍ମୀପ୍ରିୟାଙ୍କ ଶାଶୂଘର ଲୋକେ ତାଙ୍କୁ ଦିର୍ଘ ଦିନ ହେବ ନିର୍ଯାତନା ଦେଉଆସୁଥିବା ଅଭିଯୋଗ ହୋଇଥିଲା ବାପ ଘର ପକ୍ଷରୁ । ଲକ୍ଷ୍ମୀପ୍ରିୟାଙ୍କର ଦୁଇଟି ୭ବର୍ଷୀୟ ଜାଆଁଳା ପୁଅ ଥିବା ବେଳେ ସୋମବାର ଦିନ ମହିଳାଙ୍କ ସ୍ୱାମୀ ବାବୁଲି ଦୁଇ ନଣନ୍ଦ ଓ ଦୁଇ ନଣନେ୍ଦଇ ମିଶି ମହିଳାଙ୍କୁ ହତ୍ୟା କରିଥିବା ନେଇ ଏରସମା ଥାନାରେ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପଘର ଲୋକେ । ସୂଚନା ଅନୁଯାୟୀ ଏରସମା ଥାନା କୁଞ୍ଜକୋଠି ଗାଁର ସମିର ପ୍ରଧାନଙ୍କ ଝିଅ ଲକ୍ଷ୍ମୀପ୍ରିୟା ପ୍ରଧାନ ବିଗତ ୨୦୦୯ ମସିହାରେ ବାବୁଲି ଜେନାଙ୍କୁ ବିବାହ କରିଥିଲେ । ବିବାହରରେ ବାବୁଲି ଜେନା ୮୫ ହଜାର ଜଉତୁକ ବାବଦରେ ନେଇଥିଲେ ଏଥିସହିିତ ଝିଅର ଗାଧୁଆ ସଜ ବାବଦରେ ୨୦ ହଜାର ଟଙ୍କା ସହ ସବୁ ପ୍ରକାରର ଆସବାବ ପତ୍ର । ଜ୍ୱାଇଁ କୁ ସୁନା ଚେନ୍ ମୁଦି ଝିଅକୁ ସୁନା ହାର, ଚୁଡି, ମଙ୍ଗଳସୁତ୍ର ଇତ୍ୟାଦି ଦେଇ ବିବାହ କରାଇଥିଲେ । ହେଲେ ବିବାହର କିଛି ଦିନ ପରେ ଲକ୍ଷ୍ମୀପ୍ରିୟାକୁ ଶାଶୂଘର ଲୋକେ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ମହିଳାଙ୍କ ବାପାଙ୍କ କହିବା ଅନୁସାରେ ସମସ୍ତେ ମିଶି ମରଣାତ୍ମକ ଆକ୍ରମଣ କରନ୍ତି । ତେବେ ବାରମ୍ବାର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଅକେ ବାର ଆଲୋଚନା କରାଯାଇଥିଲେ ବି କିଛିଦିନ ପରେ ପୁଣି ସେହିଭଳି ମାରଧର କରିଥାନ୍ତି । ଗତ ୫ ତାରିଖ ଦିନ ଜୀବନରୁ ମାରିଦେବା ପାଇଁ ପରିବାରର ସମସ୍ତ ସଦସ୍ୟ ମରଣାତ୍ମକ ଆକ୍ରମଣ କରିଥିଲେ । ମୋ ଝିଅ ତାର ନିଜ ଜୀବନ ବଂଚାଇବା ଲାଗି ଥାନାର ଦ୍ୱାରସ୍ଥ ହୋଇଥିଲା । ତେବେ ପୂନରବାର ଉକ୍ତବ୍ୟକ୍ତି ଥାନା ଅଧିକାରୀ ଓ ଗୋପ ଗ୍ରାମନଂଚାୟତର ସରପଂଚ ମହୋଦୟଙ୍କ ଉପସ୍ଥିତିରେ ଆପସା ବୁଝାବଣା କରାଯାଇ ଝିଅକୁ ପୁଣି ଶାଶୁଘର ପଠାଇଥିଲେ । ହେଲେ ୨୪ତାରିଖ ଦିନ ଏହି ଦୁଃଖଦ ଖବର ଶୁଣିବାକୁ ମିଳିଲା । ମୋର ଝିଅର ମୃତୁ୍ୟ ନିମନ୍ତେ ତାର ସ୍ୱମୀ ବାବୁଲି ଜେନା ଝିଅ ଶାଶୂଘରେ ରହୁଥିବା ଦୁଇ ବିବାହିତା ନଣନ୍ଦ ରୋଜାଲିନ ଜେନା, ଟୁକୁନି ଜେନା ଓ ସେମାନନଙ୍କ ସ୍ୱାମୀ, ଶାଶୂ ନିଆମୀ ଜେନା, ଦିଅର ରାଜେଶ ଜେନା ସମସ୍ତେ ଏକତ୍ରିତ ହୋଇ ହତ୍ୟା କରିଛନ୍ତି । ପୁଲିସ ଘଟଣାସ୍ତଳରେ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ତେବେ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି କୁହାଯାଇଥିଲା । ହେଲେ ରିପୋର୍ଟ ଆସିବା ପରେ ମଧ୍ୟ ପୁଲିସ ର ସେହିଭଳି ଭାବେ ତଦନ୍ତ କରାଯାଉନଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ମହିଳାଙ୍କ ପଞ୍ଜରା ହାଡ ଭାଙ୍ଗି ଯିବା ସହ ତାଙ୍କ ତଂଟି ଚିପା ହୋଇଛି । ଏହା ସତ୍ୱେ ମଧ୍ୟ ପୁଲିସର ତପ୍ତରତା ସେହିଭଳି ମାତ୍ରାରେ ନାହିଁ । ଏହା ଏକ ହତ୍ୟା ବୋଲି ସ୍ପଷ୍ଟ ହୋଇସାରିଛି । ଆଗକୁ ପୁଲିସ କଣ ପଦକ୍ଷେପ ନେବ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave A Reply

Your email address will not be published.

5 × 5 =