ଶାରଦୀୟ ପୂଜା ଓ କରୋନା


ରାଜ୍ୟରେ କରୋନା ମହାମାରୀର ପ୍ରକୋପ କମିନାହିଁ । ଦେଶର ଯେଉଁ ୪ଟି ରାଜ୍ୟରେ କରୋନା ସଂଖ୍ୟା ବଢ଼ିଚାଲିଛି । ସେଗୁଡ଼ିକ ହେଲା, ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ ଓ ଉତର ପ୍ରଦେଶ ଏହି ୪ ରାଜ୍ୟରେ ହଠାତ୍ କରୋନା ପଜେଟିଭ ବଢ଼ିଚାଲିବା ଯୋଗୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଏହି ସବୁ ରାଜ୍ୟକୁ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ପଠାଇବାକୁ ନିଷ୍ପତି ନେଇଛି । ଏହି ଟିମ୍ ଗୁଡ଼ିକ ଉପରୋକ୍ତ ରାଜ୍ୟ ଗୁଡ଼ିକରେ କଟେଂନମେଂଟ ଜୋନ୍ ନିରିକ୍ଷଣ କରିବେ । ଏହା ବ୍ୟତିତ କୋଭିଡ ପଜେଟିଭ କେସ୍ର ଦକ୍ଷ ଚିକିତ୍ସା ଓ ସୁପରିଚାଳନା ଲାଗି ରାଜ୍ୟ ସରକାରଙ୍କୁ ଏହା ପକ୍ଷରୁ ସହଯୋଗ ମିଳିବ । ଏବେ ଓଡ଼ିଶାରେ କୋଭିଡ-୧୯ ସକ୍ରିୟ ମାମଲା ସଂଖ୍ୟା ୨୭ ହଜାର ୨୧୯ । କିନ୍ତୁ ସଂକ୍ରମଣ ସଂଖ୍ୟା ୧ ଲକ୍ଷ୍ୟ ୩ ହଜାର ଦେଇଁ ସାରିଲେଣି । ଏହା ବ୍ୟବତିତ ୪୫୨ ଜଣଙ୍କ ମୃତ୍ୟୁ କରୋନା ଯୋଗୁଁ ଘଟିଛି । ଏହି ଅବସ୍ଥାକୁ ଲାଘବ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ପଠାଇବାକୁ କେନ୍ଦ୍ର ସାକାର ନିଷ୍ପତି ନେଇଛନ୍ତି । ସମ୍ପ୍ରତି ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟା ପୂର୍ବରୁ ୬୧୬ ପଜେଟିଭ ଚିହ୍ନଟ କରାଯାଇଛି । ସେଥିରୁ କେବଳ ରାଜଧାନୀ ଭୁବନେଶ୍ୱରରୁ ୪୦୪ ଜଣ ସଂକ୍ରମିତ ହୋଇଛନ୍ତି ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଏଥର ଶାରଦୀୟ ପୂଜା ଦ୍ୱୈତ ମହାନଗରୀ କଟକ ଓ ଭୁବନେଶ୍ୱରରେ ହେବ କିପରି ଓ ଯଦି ହୁଏ ତେବେ ଗାଇଡ ଲାଇନ୍ କ’ଣ ରହିବ? ଏ ପ୍ରଶ୍ନର ଉତର ଏତେ ସହଜ ନୁହେଁ । ବିଏମସି କମିଶନର୍ଙ୍କୁ ଶନିବାର କେତେକ ପୂଜା ମଣ୍ଡପ କର୍ମକତା ଭେଟିଥିଲା ବେଳେ ଏଥର ଯଦି ର୍ଦୁଗାପୂଜା ରାଜଧାନୀର ଶତାଧିକ ମଣ୍ଡପରେ ହୁଏ ତେବେ ଜନଗହଳି ଓ ଅନ୍ୟନ୍ୟ ଅସୁବିଧା ଦୃଷ୍ଟି କୋଣରୁ କଟକରେ ଚଳିତ ବର୍ଷ ୪ରୁ ୫ ଫୁଟ ଉଚ୍ଚତା ବିଶିଷ୍ଠ ଦୁର୍ଗାମୃତି କରିବା ଲାଗି ନିଷ୍ପତି ହୋଇଛି । ତେବେ ଭୁବନେଶ୍ୱରରେ ଏଥର ଦେବୀଙ୍କ ଉଚ୍ଚତା ପୂର୍ବବତ୍ ରହିବ କି ନା, ତାହା ଚିନ୍ତାର ବିଷୟ । ଗୋଟିଏ ପଟେ କରୋନା ଓ ଅନ୍ୟ ପଟେ ଅନିୟମିତ ଲଘୁଚାପ ଜନିତ ବର୍ଷା ଓ ଏହାପରେ ଆସୁଛି ଶାରଦୀୟ ପୂଜା ଏବଂ ବିଏମସି କମିଶନର ମଧ୍ୟ ସୋମବାର ସ୍ପଷ୍ଟ କହିଛନ୍ତି ଯେ ସେପ୍ଟେମ୍ବର ହେଉଛି କରୋନା ପାଇଁ ଓଡ଼ିଶାରେ ‘ପିକ୍ ଟାଇମ୍’ । ତେବେ ଭସାଣି ଯାତ୍ରା ଓ ମଣ୍ଡପ ପୂଜା ଏବଂ ଭକ୍ତଙ୍କ ଦର୍ଶନକୁ କଡାକଡି ଭାବେ ସାମାଜିକ ଦୂରତ୍ୱ ରକ୍ଷା ସହ ପାଳନ କରାଗଲେ ତାହା ଆମ ମତରେ ଅଧିକ ଭଲ ।

Leave A Reply

Your email address will not be published.

three × 5 =