ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ ଓ ଆସିଷ୍ଟାଂଟ


ଝାରସୁଗଡା- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ମୁନିସିପାଲଟିର କାର୍ଯ୍ୟନିର୍ବାହିୀ ଅଧିକାରୀ ଦିଲୀପ କୁମାର ପଟେଲ ଓ ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଂଟ ରେଜିଷ୍ଟ୍ରାର ବିଦ୍ୟାଧର ବେହରାଙ୍କ ଘରେ ଭିଜିଲାନ୍ସ ଚଢାଉ କିରିଛି । ପଟେଲଙ୍କ ଝାରସୁଗୁଡା ସ୍ଥିତ କ୍ୱାର୍ଟର୍ସ ସମେତ ୬ଟି ସ୍ଥାନରେ ରେଡ ଚାଲିଛି । ପୈତୃକ ଘର କୁଲାବିରା ବ୍ଳକ ସମାସିଘାଂ ବେଳମୁଣ୍ଡା, ବ୍ରଜରାଜନଗରରେ ଥିବା ମୁନିସିପାଲଟି ଅଫିସ, ଝାରସୁଗୁଡା ସହରସ୍ଥିତ ବଢେଇମୁଣ୍ଡା ସ୍ଥିତ ଘର ଆଦିରେ ଚଢାଉ କରାଯାଇଛି ବୋଲି ଭିଜିଲାନ୍ସ ଡିସିପି କହିଛନ୍ତି । ସେହିପରି ଢେଙ୍କାନାଳ କୋପରେଟିଭ ସୋସାଇଟି ଆସିଷ୍ଟାଂଟ ରେଜିଷ୍ଟ୍ରାର ବିଦ୍ୟାଧର ବେହେରାଙ୍କ ଘର ସମେତ ଢେଙ୍କାନାଳ ଅଫିସ, ଭୁବନେଶ୍ୱର ଓ ଭଦ୍ରକ ଘରେ ରେଡ ଚାଲିଛି ।

Leave A Reply

Your email address will not be published.

5 + 14 =