ଭୁବନେଶ୍ୱର- ବ୍ଳୁ ଫାଗ ମାନ୍ୟତା ପାଇଁ ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀ ବେଳାଭୂମିକୁ ମନୋନୀତ କରିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ସୂଚନା ଦେଇଛନ୍ତ ପୁରୀ ବେଳାଭୂମିରେ ସ୍ୱଛତା, ସବୁଜିମା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳ , ପାନୀୟ ଜଳ, ପାର୍କିଂ ଓ ଆନୁଷାଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହିପରି ସ୍ଥାୟୀ ପରିବେଶ ସୃଷ୍ଟି କରିବା ପାଇଁ ବିମ୍ସ ଅଧୀନରେ ସିସକମ ବିଗତ ଅଢେଇ ବର୍ଷରେ ୮.୫ କୋଟିରୁ ଉର୍ଧ ଟଙ୍କା ଖର୍ଚ୍ଚ କରିଛି । ସେହିପରି ପର୍ଯ୍ୟଟନ ମନୋରଞ୍ଜନ ପାଇଁ ବାଉଁଶ ବ୍ୟାପକ ବ୍ୟବହାର, ସିସିଟିଭ, ଲାଇଫଗାର୍ଡ ଓ ସୁରକ୍ଷାକର୍ମୀଙ୍କୁ ମତୟନ କରାଯାଇଛି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସୌରଶକ୍ତି ଉପଯୋଗ କରାଯିବା ସହ ଜୈବ ଆବର୍ଜନାର ବ୍ୟବହାର କରାଯାଉଛି । ଏହା କରିବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପରିଲିକ୍ଷିତ ହେବ ଏବଂ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବ ।