ପ୍ରାକୃତିକ ଉପାୟରେ କଳା ଓ ଶୁଷ୍କ ଓଠକୁ କୁହନ୍ତୁ ବାଏ ବାଏ

ଭୁବନେଶ୍ୱର: ସୁନ୍ଦର ଦେଖାଯିବାକୁ ସମସ୍ତେ ପସନ୍ଦ କରନ୍ତି। ଆଉ ସୌନ୍ଦର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ଗୋଲାପି ଓଠ। କିନ୍ତୁ ଯଦି ଆପଣଙ୍କ ଓଠ କଳା ପଡ଼ିଯାଉଛି, ତା’ହେଲେ ଏହା ଆପଣଙ୍କ ଚାନ୍ଦପରି ସୁନ୍ଦର ମୁହଁରେ ଗ୍ରହଣ ଭଳି ଲାଗେ। ବିଶେଷ କରି ଶୀତ ଦିନରେ ଲୋକଙ୍କର ଓଠ ଶୁଖିଲା ଓ କଳା ପଡ଼ିଯାଏ। ତେବେ ଚିନ୍ତା କରିବାର କିଛି ନାହିଁ। ଆମେ କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ।

୧. ଆଲୋଭେରା: ଆଲୋଭେରା ଆପଣଙ୍କ ଓଠକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାରେ ବେଶ୍ ସହାୟକ ହୋଇଥାଏ। କାରଣ ଏଥିରେ ଭିଟାମିନ୍, ମିନେରାଲ୍ସ, ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟୋରି ତତ୍ତ୍ୱ ଭରପୂର ପରିମାଣରେ ରହିଛି। ତେଣୁ ଏହାକୁ ଓଠରେ ଲଗାନ୍ତୁ।

୨. ନଡ଼ିଆ ତେଲ: ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଳ ନେଇ ଓଠରେ ଲଗାନ୍ତୁ। କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

୩. ମହୁ: ମହୁରେ ପ୍ରଚୁର ପରିମାଣରେ ମଶ୍ଚରାଇଜର ରହିଛି। ଏହାବ୍ୟତୀତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଓ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଛି, ଯାହା ଓଠକୁ ଇନ୍‌ଫେକ୍ସନ୍‌ରୁ ରକ୍ଷା କରିବା ସହ ଏହାକୁ ଶୁଖିଲା ହେବାକୁ କିମ୍ବା କଳା ପଡ଼ିବାକୁ ଦିଏ ନାହିଁ। ତେଣୁ ପ୍ରତିଦିନ ଓଠରେ ମହୁ ଲଗାନ୍ତୁ।

୪. ଗୋଲାପ ପାଖୁଡା : କିଛି ଗୋଲାପ ପାଖୁଡ଼ାକୁ ପାଣିରେ ରାତିସାରା ବତୁରାଇ ରଖନ୍ତୁ। ପରଦିନ ସକାଳେ ଏହି ପାଖୁଡ଼ା ଗୁଡ଼ିକୁ କିଛି କ୍ଷୀର ଦେଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ବର୍ତ୍ତମାନ ଏହି ରୋଜ୍‌ ପ୍ୟାକ୍‌କୁ ଓଠରେ ଲଗାନ୍ତୁ। ଆପଣ ଯଦି ଏହି ପ୍ୟାକ୍‌କୁ ଓଠରେ ଲଗାଇ ରାତିସାରା ଛାଡ଼ିଦେବେ, ତା’ହେଲେ ଏହା ଅଧିକ କାମ ଦେବ।

Leave A Reply

Your email address will not be published.

3 × two =