ମହିଳାମାନଙ୍କ ନେତୃତ୍ୱରେ ଉଦ୍ୟୋଗ ବିକାଶ ପାଇଁ ‘ଓଡ଼ିଶା ୫୦’ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଫିକି ଓଡ଼ିଶା କାଉନସିଲ, ମିଡିଆ ହାଉସ ସମ୍ବାଦ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମିଳିତ ଭାବେ ‘ଓଡ଼ିଶା ୫୦’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଗତ ସୋମବାର ଦିନ ଏହାକୁ ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ହେଉଛି ଫିକି ଏବଂ ଫିକି ମହିଳା ସଂଗଠନ ଦ୍ୱାରା ନୀକଟରେ ଶୁଭାରମ୍ଭ ହୋଇଥିବା ଏମ୍ପାଓରିଙ୍ଗ୍ ଗ୍ରେଟର ୫୦%ନ୍ତ ନାମକ ଜାତୀୟ ଅଭିଯାନର ଏକ ସଂପ୍ରସାରଣ । ଏହି ଓଡ଼ିଶା ୫୦ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୩୧୪ଟି ବ୍ଲକରେ ଥିବା ୫୦୦୦ରୁ ଉଦ୍ଧ୍ୱର୍ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆବଶ୍ୟକୀୟ କୌଶଳ ତାଲିମ ଏବଂ ସହାୟତା ଯୋଗାଇଦିଆଯିବ ବୋଲି ଫିକି ଓଡ଼ିଶାର ଅଧ୍ୟକ୍ଷା ଶ୍ରୀମତୀ ମୋନିକା ନାୟର ପଟନାୟକ କହିଛନ୍ତି । ଏହି ମହିଳାମାନଙ୍କୁ ପ୍ରଥମେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରକୃତ ସ୍ୱୟଂ ସହାୟକ ଗୋଷ୍ଠୀରୁ ବଛାଯାଇଥିବା ଅନ୍ୟ ୩୦୦ ମହିଳା ସହଯୋଗୀଙ୍କ ମାଧ୍ୟମରେ ପରାମର୍ଶ ପ୍ରଦାନ କରାଯିବ ।
ଫିକିର ସଭାପତି ଡା ସଙ୍ଗିତା ରେଡ୍ଡୀ ଆଶାବ୍ୟକ୍ତ କରିଛନ୍ତ ଯେ ତୃଣମୂଳ ସ୍ତରରେ ଥିବା ମହିଳାମାନେ ବିଶେଷ କରି ବ୍ୟବସାୟ କରୁଥିବା ମହିଳାମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ ରୂପେ ଉପକୃତ ହୋଇପାରିବେ ଏବଂ ଆର୍ଥିକ ସାକ୍ଷରତା, ଡିଜିଟାଲ ମାର୍ଗେଟିଙ୍ଗ ଭଳି କ୍ଷେତ୍ରରେ ଆବଶ୍ୟକ ତାଲିମ ଅର୍ଜନ କରିବା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ୱାଧିନତା ମଧ୍ୟ ବୃଦ୍ଧି ପାଇବ । “ଓଡ଼ିଶା ୫୦” ଅଭିଯାନରେ ଭାରତ ସରକାରଙ୍କ ସହବନ୍ଧିତା ବିଷୟରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତିର ପ୍ରମୁଖ ସଚିବ ଅନୁ ଗାର୍ଗ କହିଛନ୍ତି ଯେ ମହିଳା ସଶକ୍ତିକରଣ ଦିଗରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦକ୍ଷେପଗୁଡ଼ିକର ବୃହତ ଉଦେ୍ଧଶ୍ୟ ହେଉଛି ରାଜ୍ୟ ମଧ୍ୟରେ ଘଟୁଥିବା ବିକାଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ମହିଳାମାନଙ୍କର ସହଭାଗିତାକୁ ସୁନିଶ୍ଚିତ କରିବା । ଷ୍ଟାର୍ଟଅପ୍, ଏମଏସଏମଇ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ସମସ୍ତ କ୍ଷେତ୍ରରେ ମହିଳାମାନଙ୍କୁ ସର୍ବାଧିକ ଗୁରୁ୍ତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି ।
ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତିକେୟନ କହିଛନ୍ତି ଯେ ବର୍ତମାନ ସୁଦ୍ଧା ମିଶନ ଶକ୍ତ ସହିତ ୭୦ ଲକ୍ଷ ମହିଳା ଯୋଡ଼ି ହୋଇଛନ୍ତି । ଓଡ଼ିଶା ୫୦ ଅଭିଯାନ ସମସ୍ତ ବ୍ଳକର ଏସଏଚଜି ଅନ୍ତର୍ଭୁକ୍ତ ମହିଳାମାନଙ୍କ ନେତୃତ୍ୱ ଦକ୍ଷତା ସୃଷ୍ଟି କରିବ ଏବଂ ବର୍ତମାନ ମହିଳା ସଶକ୍ତିକରଣ, ଆତ୍ମ ନିର୍ଭରଶୀଳ ଏବଂ ନେତୃତ୍ୱ ଉପରେ ଜାରି ରହିଥିବା ସରକାରୀ ଯୋଜନାଗୁଡ଼ିକୁ ମୂଲ୍ୟବୋଧକୁ ଆହୁରି ବଢ଼ାଇବ ବୋଲି ସେ କହିଛନ୍ତି । ଏଥିରେ ଖିମ୍ଜୀ ଫାଉଣ୍ଡେସନର ମୁଖ୍ୟ ମିତେଶ ଖିମଜୀ ଯୋଗଦେଇ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଅନେକ ପ୍ରଶଂସା କରିଛନ୍ତି । ବେଦାନ୍ତ ଝାରସୁଗୁଡ଼ା ପ୍ରକଳ୍ପର ସିଇଓ ସି ଏନ ସିଂହ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ସଫଳତା ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାଛଡ଼ା ଅନ୍ୟମାନଙ୍କ ମଧ୍ୟରେ ଅନେକ ବରିଷ୍ଠ ସରକାରୀ ଅଧିକାରୀ, ବିରିଷ୍ଠ ଶିଳ୍ପ ସଦସ୍ୟ ଏବଂ ଫିକିର ଅଫିସ କର୍ମଚାରୀ ଏହି ଭର୍ଚୁଆଲ ବୈଠକରେ ଯୋଗଦେଇଥିଲେ ।

Leave A Reply

Your email address will not be published.

4 × 4 =