ତିର୍ତୋଲରୁ ବିଜେଡିର ପ୍ରାର୍ଥୀ ହେବା ପାଇଁ ଆବେଦନ କଲେ ବିଜୟ ଦାସ


ଜଗତସିଂହପୁର: ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ତିର୍ତୋଲ ସଂରକ୍ଷିତ ବିଧାନସଭା ଉପନିର୍ବାଚନ ହେବ । ଏହି ଗୁରୁତ୍ୱପୁର୍ଣ୍ଣ ସଂରକ୍ଷିତ ବିଧାନସଭା ଆସନ ଗତ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ୰ବିଷ୍ଣୁଚରଣ ଦାସଙ୍କର ଅକାଳ ବିୟୋଗ ହୋଇଛି । ଯାହା ଫଳରେ ସେହି ଆସନରେ ଏବେ ଶାସକ ବିଜୁ ଜନତା ଦଳରେ ଆଶାୟୀଙ୍କମ ସଂଖ୍ୟା ଅନେକ ଅଛନ୍ତି । ବିଜୁ ଜନତା ଦଳର ସୁପି୍ରମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଇଛା କ’ଣ ତାହା ଜାଣିବା ଏତେ ସହଜ ନୁହେଁ । ଏହି ସଂରକ୍ଷିତ ଆସନରେ ଜାତିଆଣ ଭୋଟରଙ୍କୁ ପ୍ରଭାବିତ କଲାଭଳି ପାର୍ଥୀ ଆବଶ୍ୟକ । ଏଠାରେ ବାଉରି ଜାତିଙ୍କ ସଂଖ୍ୟା ଅଧିକ । ବିଜୟ କୁମାର ଦାସ ଜଣେ ବାଉରୀ ପ୍ରାର୍ଥୀ ଭାବରେ ସଂପ୍ରଦାୟଙ୍କ ଗ୍ରହଣ ଯୋଗ୍ୟ ପ୍ରାର୍ଥୀ ଭାବରେ ବିବେଚନା କରାଯାଉଛି । ଜିଲ୍ଲାର ସବୁଠାରୁ ବୃହତମ ନିର୍ବାଚନ ମଣ୍ଡଳୀ ୬୧ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ଗାମ ପଞ୍ଚାୟତ ଗଠିତ । ତିର୍ତୋଲ, ରଘୁନାଥପୁର, ବିରିଡି ଭଳି ସମ୍ବେଦନଶୀଳ ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗତ ୨୦୧୯ ମସିହାରେ ନୁତନ ସୀମା ନିର୍ଦ୍ଧାରଣ ଅନୁଯାୟୀ ଅନୁସୁଚିତ ଜାତି ନତିର୍ବାଚନ ମଣ୍ଡଳୀ ହେବାରେ ଗୌରବ ବହନ କରୁଛି । ବିରିଡି ବ୍ଲକ ବିଜୁ ଜନତା ଦଳର ଦୁର୍ଗଭାବେ ଜଣାଶୁଣା । ବିଜୟ କୁମାର ଦାସ ବେସ ଜଣାଶୁଣା ସମାଜସେବକ । ସେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ତିର୍ତୋଲରୁ ବିଜେଡିର ପ୍ରାର୍ଥୀ ହେବା ପାଇଁ ଆବେଦନ କଲେ ବିଜୟ ଦାସ

Leave A Reply

Your email address will not be published.

13 + seventeen =