ସେବାରେ ଆସୁନି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଏକ୍ସରେ ବିଭାଗ ରୋଗିଙ୍କ କାମରେ ଲାଗୁନଥିବା ଦେଖାଦେଇଛି । ଫଳରେ ରୋଗି ସାମାନ୍ୟ ଏକ୍ସରେ ପାଇଁ ସତାଧିକ ଟଙ୍କା ଗଣି ବାହାରେ ବେସରକାରୀ ଏକ୍ସରେ ଲ୍ୟାବ ଉପରେ ନିର୍ଭର କରୁଥିବା ଦେଖାଯାଇଛି । ବିଦୂ୍ୟତ ସଂଯୋଗ ଏହାର ପ୍ରମୁଖ କାରଣ ପାଲଟିଥିବା ଯଣାଯାଇଛି ।ଏନେଇ ଉପଖଣ୍ଡ ଚିକିତ୍ସାଅଧିକାରୀ ଉମାକାନ୍ତ ସାହୁଙ୍କୁ ପଚାରିବାରୁ କହିଛନ୍ତି ଯେ ଆମେ ଏବିଷୟରେ ନେସ୍କୋ,ସରକାରୀ ବିଦୂ୍ୟତ ବିଭାଗ ସହିତ ଜିଲା କାର୍ଯ୍ୟାଳୟକୁ ଜଣାଇସାରିଛୁ । ମାତ୍ର ତାହାର ସମାଧାନ ହୋଇପାରୀ ନାହିଁ । ସୂଚନା ଅନୁସାରେ ଚୂୁଆ ଉପଖଣ୍ଡ ଚିକିତ୍ସାଳରେ ଥିବା ଏକ୍ସରେ ବିଭାଗକୁ ୩ ଫେଜ ବିଦ୍ୟୁତ ସଂଯୋଗ କରାଯାଇଛି । ଉଚ୍ଚ ଶକ୍ତିସୂର୍ଣ ଉପକରଣ ଦ୍ୱାରା ପ୍ରତେହ ବିଭିନ୍ନ ପ୍ରକାର ଏକ୍ସରେ ଏଠାରେ ବିନାମୂଲ୍ୟରେ କରାଯାଇଥାଏ । ହେଲେ ଆଜକୁ ୫ ଦିନ ହେବ ଗୋଟିଏ ଫେଜ କଟିଯାଇଥିବାରୁ ରୋଗିମାନେ ସେବାପାଇବାରୁ ବଂଚିତ ହୋଇଛନ୍ତି । ବାଧ୍ୟହୋଇ ଅକଳରେ ପଡି ରୋଗିମାନେ ବେସରକାରୀ ଭାବେ ଏକ୍ସରେ କରି ୩୦୦ ରୁ ଉର୍ଦ୍ଧ ଟଙ୍କା ଦେବାକୁ ପଢୁଛି । ଏହିଚିକିତ୍ସାଳୟ ଉପରେ ମୟୁରଭଂଜ,ଝାଡଖଣ୍ଡ ରାଜ୍ୟ ସମେତ ସ୍ଥାନିୟ ଅଂଚଳର ହଜାର ହଜାର ରୋଗି ନିର୍ଭର କରିଆସୁଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାସହିତ ରୋଗି ମାନଙ୍କ ଅର୍ଥକଷ୍ଟକୁ ଦୂର କରିବାକୁ ସ୍ଥାନିୟ ବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

5 × three =