ରାୟପୁର- ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି । ଆହାତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପ୍ନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ପ୍ରତ୍ୟେକ ମୃତ୍ୟକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ସେ ନିର୍ଦଶ ଦେଇଛନ୍ତି, ଓ ଆହାତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଅଭିମୁଖେ ବସ ଯାଉଥିଲା । ଛତିଶଗଡ ରାୟପୁର ନିକଟସ୍ଥ ଚେରିଖେଡି ଅଂଚଳରେ ଆଜି ଭୋରୁ ଏକ ଟ୍ରକ ସହ ବସଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି ।