ଯାଜପୁର- ପାଣିରେ କଦଳୀ ଭେଳା ଓଲଟି ୨ ଭାଇଙ୍କ ମୃତ୍ୟ ହୋଇଛି । ଏଳଭି ଘଟଣା ଘଟିଛି ଯାଜପୁର  ଜିଲ୍ଲା ବରୀ ଅଂଚଳର ମେଦୁଆକୁଳ ଗ୍ରାମରେ । ମୃତକ ଦ୍ୱୟ ହେଉଛନ୍ତି ଶୁଭ୍ରଜିତ ବେହେରା, ବୟସ ୨୪, ଏବଂ ମିଟୁଲ ବେହେରା, ବୟସ  ୨୯ ବର୍ଷ । ସୂଚନାଯୋଗ୍ୟ ଆଜି ଦୁଇ ଭାଇ ମେଦୁଆକୁଳ ପାଟ ପାଣିରେ କଦଳୀ ଭେଳାରେ ଯାଇଥିବା ସମୟରେ ହଠାତ୍  ଭେଳାଟି ଓଲଟି ପଡିଥିଲା । ଫଳରେ ଦୁଇ  ଭାଇ ବନ୍ୟା ଜଳରେ ଭାସି  ଯାଇଥିଲେ । ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପଂହଚି ୨ ଭାଇଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ବୀର-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।