ଜଗତସିଂହପୁର: ମହାନ ଦାର୍ଶନିକ, ପ୍ରଖ୍ୟାତ ଶିକ୍ଷାବିତ, ଦେଶଭକ୍ତ, ସ୍ୱାଧିନତା ସଂଗ୍ରାମୀ ଏବଂ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ, ଗୁରୁ ଦିବସ ଉତ୍ସବ ପାଳିତ ହୋଇଯାଇଛି । ବାଲିକୁଦା ବ୍ଲକର ଇଛାପୁର ଗ୍ରାମ ପଞ୍ଚାୟତର ବାଖରାବାଜ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ନିରାଡମ୍ବର ଉତ୍ସବରେ ଗୁରୁଦିବସ ପାଳିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ଓ ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ କହିଲେ ଯେ ଏଭଳି ଦିବସରେ ଉଚ୍ଚମାନର ଶିକ୍ଷାବିତ ହେବା ପାଇଁ ଯତ୍ନବାନ ହେବାକୁ ଚେଷ୍ଟା କରିବା ଜରୁରୀ । ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଖରାବାଜ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଲୋଚନା ଦାସଙ୍କୁ ଶ୍ରେଷ୍ଠତମ ଶିକ୍ଷୟତ୍ରୀ ଭାବରେ ମାନପତ୍ର ଓ ଉତରାୟ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏହିପରି ବାଲିକୁଦ ଉଚ୍ଚବିଦ୍ୟାଳୟର କଳା ଶିକ୍ଷକ ଶ୍ରୀ ଦେବେଶ କୁମାର ରାଉତ, ଶକ୍ଷୟତ୍ରୀ ପ୍ରତିମା କୁମାରୀ ତାରେଣିଆ ଏବଂ ବାସନ୍ତି ପରିଡାଙ୍କୁ କୃତି ଶକ୍ଷୟତ୍ରୀ ଭାବରେ ଜଳସଂପଦ ମନ୍ତ୍ରୀଙ୍କଠାରୁ ମାନପତ୍ର ଓ ଉତରୀୟ ଗ୍ରହଣ କରିଥିଲେ । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଚନ୍ଦ୍ର ଦାସ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଫୁଲ ତୋଡା ଦେଇ ସମ୍ମାନ୍ନିତ କରିଥିଲେ । ଅନ୍ୟମାନଙ୍କ ମ୍ମରେ ବାଲିକୁଦା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ମଧୁସ୍ମିତା ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସମସ୍ତଙ୍କୁ ଭୁରି ଭୁରି ପ୍ରସଂଶା କରିଥିଲେ । ଏହି ଉତ୍ସବର ଅନ୍ୟତମ ଆକର୍ଷଣ ବାଲିକୁଦ ତହସିଲଦାର ଶିଦ୍ଧାର୍ଥ ଶଙ୍କର ସାହୁ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଉତ୍ସବକୁ ପୁଲକିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବାଲିକୁଦ ବ୍ଲକ ଶିକ୍ଷାଅଧିକାରୀ ମାନସ ରଞ୍ଜନ ବାରିକ, ଶିକ୍ଷକ ମହାସଙ୍ଘ ନେତା ନିମାଇ ଚରଣ ବାରିକ, ଶିକ୍ଷୟତ୍ରୀ ଶ୍ରମତି ଅର୍ପିତା ପ୍ରିୟଦର୍ଶିନୀ ସାହୁ, ଶିକ୍ଷୟତ୍ରୀ ସସ୍ମିତା ମଞ୍ଜରୀ ସ୍ୱାଇଁ, ଅକ୍ଷୟ ମଲ୍ଲିକ, ବୀରବର ଦଳାଇ, ଶରତ କିଶୋର କାନୁନଗୋ, ଜ୍ୟୋତି ରଞ୍ଜନ ପରିଡା, ମାନସ ରଞ୍ଜନ ପଟ୍ଟନାୟକ, ଦୀପକ ରଞ୍ଜନ ରାଉତ, ମାନସ ରଞ୍ଜନ କାନୁନଗୋ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ମନ୍ତ୍ରୀ ରାଧାକ୍ରିଷ୍ଣନଙ୍କ ତୈଳ ଚିତ୍ରରେ ପୁଷ୍ପଗୁଛ ଦେଇ ପ୍ରଦୀପ ପ୍ରଜୋଳନ କରି ଉତ୍ସବକୁ ଶୁଭ ଉଦଘାଟନ କରିଥିଲେ ।