ଦୁର୍ଘଟଣାରେ ୮ ଓଡ଼ିଆ ମୃତ

ରାୟପୁର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରଟକୁ ଯାଉଥିବା ବସ୍ ଆଜି ଛତିଶଗଡ଼ର ଚେରିଖେଦି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ ଘଟିଥିଲା ବେଳେ ଡାକ୍ତର ଖାନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏହି ବସରେ ଯାତ୍ରୀ କରୁଥିବା ଅନ୍ୟ ୫୯ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ମିିଳିଥିବା ସୂଚନା ଅନୁସାରେ, ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଆସିକା ଓ ଛତ୍ରପୁର ଅଂଚଳର ଏବଂ ସେମାନେ ଗତକାଲି ରାତି ୮ଟାରେ ଉକ୍ତ ବସ୍ ଯୋଗେ ଆସିକାରୁ ଗୁଜରାଟର ସୁରତ ଯାତ୍ରା ଆରମ୍ଭ କରିଥିଲେ । ଛତିଶଗଡ଼ର ରାୟପୁର ନିକଟବର୍ତୀ ଛେରିଖେଡିରେ ବସଟି ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ପ୍ରାଣହାନି ଘଟିଥିଲା ବେଳେ ଅନ୍ୟ ୨ ଜଣ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ବାସିନ୍ଦା ଓ ପ୍ରବାସୀ ଶ୍ରମିକ । ଆହତମାନଙ୍କୁ ନିକଟସ୍ଥ ଆମ୍ବେଦକର୍ ହସ୍ପିଟାଲ ଭର୍ତି କରାଯାଇଛି । ବସରେ ୬୦ରୁ ୭୦ ଜଣ ଯାତ୍ରା ଥିଲେ । ମୃତକମାନେ ହେଲେ ସୁଶାନ୍ତ ସ୍ୱାଇଁ (୪୦), ପିତା-କାର୍ତିକ ସ୍ୱାଇଁ, ନାରାୟଣ ଗୌଡ(୨୭), ପିତା-ପଞ୍ଚୁ ଗୌଡ, କୈଳାସ ଜେନା(୩୬), ପିତା- ତି୍ରନାଥ ଜେନା, ସମୀର ମହାକୁଡ (୧୭) ପିତା-ରାଜୁ ମହାକୁଡ,ବିଶ୍ୱନାଥ, ପିତା-ଉଦୟନାଥ । ଅନ୍ୟ ଦୁଇ ଜଣଙ୍କର ପରିଚୟ ମିଳିନାହିଁ । ଦୁର୍ଘଟଣାଗ୍ରସ୍ତ ବସର ନାମ ଶିବାଂଶ ଓ ଏହାର ନମ୍ବର ଏନଏଲ୍ ୦୩ ବି ୦୯୮୭ । ଏହି ଘଟଣା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଶେକରଛାୟା ଖେଳାଇ ଦେଇଛି ।
ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୃତକମାନଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏହାଛଡା ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୁଖମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇବାକୁ ତୁରନ୍ତ ରାୟପୁର ଯିବାକୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସହ ସମମନ୍ୱୟ ରକ୍ଷା କରିବାକୁ ଓଡ଼ିଶା ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

fifteen − 6 =