ଭୁବନେଶ୍ୱର- ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଦାୟର ପିଟିସନର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ । ଜୁଲାଇ ୧୯ ତାରିଖରେ ବର୍ଷାଙ୍କ ବିରୋଧରେଏହି ପିଟିସିନ ଦାଖଲ କରିଥିଲେ ଅନୁଭବ । ପିଟିସନ ପୂର୍ବରୁ ଆପୋଷ ବୁଝାମଣା ଦ୍ୱାରା ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ । ଏପରିକି ବର୍ଷାକୁ ମେସେଜ ଓ ଇ-ମେଲ ଜରିଆରେ ସବୁ ସମସ୍ୟାର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ବିଫଳ ହୋଇଥିଲେ । ବାରମ୍ବାର ବିଫକଳ ହେବା କାରଣରୁ ଜୁଳାଇ ୧୯ ତାରିଖରେ ଛାଡପତ୍ର ଲାଗି ପିଟିସନ ଦାଖଲ କରିଥିଲେ ।