ଛାତ୍ରଛାତ୍ରୀଙ୍କ ଫି’ଛାଡ଼ ଦାବି କଲା ଏବିଭିପି

ବାଲେଶ୍ୱର: କରୋନା ଯୋଗୁଁ ଜୀବନ ଜୀବିକା ପ୍ରତି ବିପଦ ଦେଖା ଦେଇଥିବା ବେଳେ ସ୍କୁଲ ଓ କେଲେଜରେ ଛାତ୍ରଛାତ୍ରୀଙ୍କ ଫି’ ଛାଡ଼ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦାବି ଉଠାଇଛି । ଏହି ପରିପ୍ରେକ୍ଷୀରେ ଏବିଭିପି ବାଲେଶ୍ୱର ଜିଲ୍ଲା କମିଟିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ସମ୍ପ୍ରତି କରୋନା ଯୋଗୁଁ ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଆର୍ଥି କକ୍ଷେତ୍ରରେ ଦେଖାଦେଇଥିବା ଅସ୍ଥିରତା ସମ୍ପର୍କରେ ଅବଗତ କରିଥିଲେ । କରୋନା ଯୋଗୁଁ ଅଚଳାବସ୍ଥାରେ ସାଧାରଣ ଲୋକଙ୍କ ମୁଣ୍ଡପିଛା ଆୟ ଆଶାତୀତ ଭାବେ ହ୍ରାସ ପାଇଥିବା ବେଳେ ଜୀବନ ଧାରଣର ମାନ ବି ନିମ୍ନଗାମୀ ହୋଇଛି । ଏଭଳି ସ୍ଥିତିରେ ସ୍କୁଲ କଲେଜର ଏଡମିସନଠାରୁ ଆରମ୍ଭ କରି ଟ୍ୟୁସନ ଫି’ ପର୍ଯ୍ୟନ୍ତ ସବୁକିଛି ଛାଡ଼ କରିବା ପାଇଁ ଏବିଭିପିର କର୍ମକର୍ତ୍ତମାନେ ଦାବି କରିଛନ୍ତି । ଏହି ଅବସରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଏବିଭିପିର ରାଜ୍ୟ ସହ-ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ, ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ର, ସ୍ମୃତିରଂଜନ ବେହେରା, ସୌଭାଗ୍ୟ ମହାନ୍ତି, ସାଇପ୍ରୀତମ ସେନାପତି, ଜୟନ୍ତ ପ୍ରଧାନ, ସୁବ୍ରତ କୁମାର ମାଝୀ, ଗିରିଜା ଶଙ୍କର ଧଡ଼ା, ନେତାଜୀ ତାପସ କୁମାର ସାହ. ପ୍ରତୀଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 3 =