ସମର୍ପଣ ଟ୍ରଷ୍ଟ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବନ୍ଟନ

ବଳଙ୍ଗା: ଧନୁଆ ବନ୍ୟା ଯୋଗୁଁ ନିମାପଡା ବ୍ଲକର ପାଣିଘେରରେ ରହିଥିବା ଧନୁଆ ପଂଚାୟତ ଏବଂ ବଡଶିରିବୁଳା ପଂଚାୟତର ୬୦ଜଣ ବପନ୍ନ ପରିବାରଙ୍କୁ ଆଜି ସମର୍ପଣ ଟ୍ରଷ୍ଟ ପୁରୀ ପକ୍ଷରୁ ରିଲିଫ ବନ୍ଟନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ , ସମାଜସେବୀ ଦେବାଶିଷ ପାଣ୍ଡେ, ମିନତୀ ପ୍ରଧାନ, ସତ୍ୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ରହି ଧନୁଆ ପଚାୟତର ଶୁନଗୋରଡି ଗ୍ରାମ ଏବଂ ବଡଶିରିବୁଳା ପଂଚାୟତର ଗଢତୋରିହଁ, ମାହାରୀସାହିର ବନ୍ୟା ଜଳରେ ରହୁଥିବା ୬୦ଜଣ ବନ୍ୟା ବିପନ୍ନଙ୍କୁ ଚୁଡା, ଚିନି, ବିସ୍ଲୁଟ, ସାବୁନ, ପାଉରୁଟି ଥିବା ରିଲିଫ କିଟକୁ ବନ୍ଟନ କରିଥିଲେ ।

Leave A Reply

Your email address will not be published.

20 + 6 =