ଭୁବନେଶ୍ୱର : ଉତର ଓଡିଶା ବିଶ୍ୱବିଦ୍ୟାଳୟର ୧୦ ଗୋଟି ବିଭାଗକୁ ତୁରନ୍ତ ନିୟମିତ କରିବାକୁ ଦାବି ଉପସ୍ଥାପନ କରାଯାଇଛି । ଏନେଇ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ଏକ ଦାବିପତ୍ର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ପ୍ରଦାନ କରିଛନ୍ତି । ଦାବି ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ଉତର ଓଡିଶା ବିଶ୍ୱବିଦ୍ୟାଳୟର ୧୦ଟି ବିଭାଗକୁ ନିୟମିତ ଘୋଷଣା କରାଯାଇଥିଲା । କିନ୍ତୁ ବହୁ ଦିନ ବିତିଯାଇଥିଲେ ମଧ୍ୟ ନର୍ତମାନ ସୁଦ୍ଧା ବିଭାଗ ଗୁଡିକ ନିୟମିତ ହୋଇପାରିଲା ନାହିଁ । ଏଥି ସହିତ ବିଭାଗ ଗୁଡିକ ପାଇଁ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତି ହୋଇନାହଁ । ତେଣୁ ତୁରନ୍ତ ଏହାର ସମାଧାନ ପୂର୍ବକ ୨୦୨୦-୨୧ ଶିକ୍ଷାବର୍ଷ ଠାରୁ ବିଭାଗ ଗୁଡିକ ନିୟମିତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ କୋର୍ସଫି ହ୍ରାସ କରିବାକୁ ଦାବିରେ ଉଲ୍ଲେଖ କରାଯାଇଛି । ଏହି ସମସ୍ୟାର ଯଥାସମ୍ଭବ ଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଉତର ଓଡିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ମାନଙ୍କ ପକ୍ଷରୁ ଧାରଣା ଦିଆଯିବ ବୋଲି ଛାତ୍ର ସଂସଦର ପୂର୍ବତନ ସଭାପତି ଶଙ୍କର୍ଷଣ ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ କୁଳପତି ଶ୍ରୀ ଚାନ୍ଦଙ୍କ କହିବା ଅନୁଯାୟୀ ବର୍ତମାନ କରୋନା ଯୋଗୁଁ କୋଣସି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନା ହୋଇପାରୁ ନାହିଁ ତେଣୁ ବିଭାଗ ନିୟମିତ କରିବାରେ ଅସୁବିଧା ଉପୁଜୁଛି ।