ନିଶା ଓ ସ୍ୱାସ୍ଥ୍ୟ

ଅନେକଙ୍କ ପକ୍ଷରୁ ଯୁକ୍ତି କରାଯାଇ ଥାଏ ଯେ, ମାନସିକ ଚାପ ଓ ସମସ୍ତ ଦୁର୍ଭାବନା ଦୂରେଇ ଆନନ୍ଦ ଦେବାର ଏକ ପନ୍ଥା ହେଉଛି ମାଦକ ଦ୍ରବ୍ୟର ସେବନ । ଏହା ଜଣଙ୍କୁ ପାର୍ଥିବ ଜଗତରୁ ନେଇ ଏକ ଅପାର୍ଥିବ ଜଗତରେ ପହଞ୍ଚାଇଦିଏ । ମଣିଷ ନିଜର ଦୁଃଖ, ଶୋକ, ଅଶାନ୍ତି ଓ ଯନ୍ତ୍ରଣାକୁ ଏହାର ବ୍ୟବହାର ଦ୍ୱାରା କ୍ଷଣିକ ସମୟ ପାଇଁ ଭୁଲିଯାଏ । ଅନେକଙ୍କ ମତରେ ବଡ ଲୋକମାନେ ଏହାକୁ ଏକ ସମ୍ମାନଜନକ ପଦାର୍ଥରୂପେ ବ୍ୟବହାର କରନ୍ତି । କିନ୍ତୁ ମାଦକ ଦ୍ରବ୍ୟର ବ୍ୟବହାର କାରଣରୁ ମଣିଷଟି ନାନା ଅଭାବରେ ପଡି ସ୍ୱଭାବ ନଷ୍ଟ କରେ ଏବଂ ସେ ଅସାମାଜିକ ବ୍ୟକ୍ତିରେ ପରିଣତ ହୁଏ । ଏହା ଧନ ସାରୁଛି, ସମ୍ମାନ ହାରୁଛି ଏବଂ ଜୀବନ ନେଉଛି । ଏହାକୁ ଧ୍ୟାନ ଦେଇ ଏତିକି ଏବେ ନିବୃତ୍ତି ନେବାର ବେଳ ଉପଗତ । ଯୁବ ଗୋଷ୍ଠୀ ସଚେତନ ରହିଲେ, ତାଙ୍କ ପରବର୍ତ୍ତି ପିଢ଼ୀ ଆପେ ଆପେ ସୁଧୁରି ଯିବେ ବୋଲି ଆଶା କରାଯାଏ । ସଂପ୍ରତି ଜଗତୀକରଣ ପ୍ରକି୍ରୟାରେ ପୃଥିବୀ ଯେତେ ସମସ୍ୟାର ସମ୍ମୁଖୀନ ହେଉଛି, ସେମାନଙ୍କ ମଧ୍ୟରେ ପ୍ରମୁଖ ସମସ୍ୟାମାନ ହେଲା ଖାଦ୍ୟ, ଶକ୍ତି, ପରିବେଶ ପ୍ରଦୂଷଣ ଏବଂ ବହୁବିଧ ସ୍ୱାସ୍ଥ୍ୟ ସମସ୍ୟା । ଜନସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇବାର ମୁଖ୍ୟ କାରଣ ହେଉଛି ମାଦକ ଦ୍ରବ୍ୟ । ଏବେ ଏହା କେବଳ ଆଉ ବୟସ୍କମାନଙ୍କ ମଧ୍ୟରେ ସୀମାବଦ୍ଧ ନହୋଇ ଯୁବ ତଥା ତରୁଣ ଗୋଷ୍ଠୀଙ୍କୁ ଭୟଙ୍କର ଭାବେ ସଂକ୍ରମିତ କଲାଣି ।ଆମେରିକାରେ ମାଦକ ଦ୍ରବ୍ୟର ବ୍ୟବହାର ସର୍ବାଧିକ । ଇଉରୋପୀୟ ରାଷ୍ଟ୍ରମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାଁନ୍ତି । ଏହାର ଉପଦ୍ରବ କର୍କଟ ରୋଗ ପରି ମାଡିଚାଲିଛି । ଏବେ ତ କୃତି୍ରମ ଉପାୟରେ ବହୁମାଦକ ଦ୍ରବ୍ୟ ପ୍ରସ୍ତୁତ ହେଉଛି । ଏତଦ୍ଭିନ୍ନ ବହୁ ମାଦକ ଦ୍ରବ୍ୟ ଅଫିମ ପପିରୁ ପ୍ରସ୍ତୁତ ହେଉଛି । ଏହି ଗଛର କ୍ଷୀରକୁ ବିଶୋଧନକରି, ସେଥିରୁ ପ୍ରଥମେ ମଫିଆ ପ୍ରସ୍ତୁତ ହୁଏ ଏବଂ ତହିଁରୁ ହେରୋଇନ ପ୍ରସ୍ତୁତ ହୁଏ । ଏହା ଏକ ଭୟଙ୍କର ମାଦକ ଦ୍ରବ୍ୟ । ପରବର୍ତ୍ତି ପ୍ରସ୍ତୁତି ହେଲା ମେଥଡ୍ନ । ଏହା ଏକ ନରମ ମାଦକ ଦ୍ରବ୍ୟ । ଏବେ ବଜାରେ କୃତି୍ରମ ଭାବେ ପ୍ରସ୍ତୁତ ଏକ ପ୍ରକାର ମାଦକ ପିଲ୍ ବା ବଟିକା ମିଳୁଛି । ଏଗୁଡ଼ିକ ବାରବିଟୁରିକ୍ ଏସିଡ୍ରୁ ତିଆରି କରାଯାଏ । ପରିମାଣ ଅନୁଯାୟୀ ଏହା ସେବନ କଲେ ଦେହରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ । ସେବନକାରୀକୁ ଏହା ପ୍ରଚୁର ଆନନ୍ଦ ଦେବା ସହିତ ମନରେ ପ୍ରବଳ ଉତ୍ତେଜନା ସୃଷ୍ଟି କରାଏ । କିନ୍ତୁ ଉପରୋକ୍ତ ମାଦକଦ୍ରବ୍ୟ ଟିକିଏ ମାତ୍ରାଧିକ ହେଲେ, ଏହା ମୃତ୍ୟୁର ଦ୍ୱାରକୁ ଉନ୍ମୁକ୍ତ କରିଦେଇଥାଏ । ଦେଶକୁ ଓ ଦେଶବାସୀଙ୍କୁ ମାରାତ୍ମକ ନିଶା କବଳରୁ ଦୁରେଇ ରଖିବା ଲାଗି ଏହା ବିରୋଧରେ ଆଜୀବନ ନିଶାବର୍ଜନ ଆହ୍ନାନ ଦେଇ ଆସୁଥିଲେ ଜାତିର ପିତା ମହାତ୍ମା ଗାନ୍ଧି ।

Leave A Reply

Your email address will not be published.

17 + 9 =