୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଟପରେ ଖୋର୍ଦ୍ଧା


ଭୁବନେଶ୍ୱର- ରାଜ୍ୟରେ ଦୈନିକ ୩ହଜାର ପାର କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୭୮ ହୋଇଥିବା ବେଳେ ୧୫୮୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬୭,କଟକ ୩୮୬, ଯାଜପୁର ୨୮୫, ଅନୁଗୁଳ ୧୨୦, ବାଲେଶ୍ୱର ୧୦୫, ବରଗଡ ୧୭୬, ଭଦ୍ରକ ୭୪, ବଲାଙ୍ଗିର ୭୫,ବୈଦ୍ଧ ୨୨, ଦେଓଗଡ ୧୨, ଢେଙ୍କାନାଳ ୭୪, ଗଜପତି ୧୪, ଗଞ୍ଜାମ ୯୧, ଜଗତସିଂହପୁର ୮୬, ଯାଜପୁର ୨୮୫, ଝାରସୁଗଡା ୧୯୯, କଳାହାଣ୍ଡି ୨୮, କନ୍ଧମାଳ ୨୫, କେନ୍ଦ୍ରାପଡା ୮୩, କେନ୍ଦୁଝର ୬୬, କୋରାପୁଟ ୮୬, ମାଲକାନଗିରି ୩୩, ମୟୂରଭଞ୍ଜ ୧୨୨, ନବରଙ୍ଗପୁର ୪୪, ନୟାଗଡ ୫୭, ନୂଆପଡା ୪୮, ପୁରୀ ୨୦୦, ରାୟଗଡା ୧୫୩, ସମ୍ବଲପୁର ୭୭, ସୋନପୁର ୧୧୭, ସୁନ୍ଦରଗଡ ୯୬ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୮୯୨ ହୋଇଥିବା ବେଳେ ୯୬୩୬୪ ସୁସ୍ଥ ହୋଇଛନ୍ତି । ୩୦୯୧୯ ସକ୍ରିୟ ମାମଲା ରହିଛି ।

Leave A Reply

Your email address will not be published.

four × three =