ଭୁବନେଶ୍ୱର- ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ । ବିଧାନସଭାରେ ସ୍ୱତନ୍ତ୍ର କାଂଉଟର କରାଯାଇ ସବୁ ବିଧାୟକ ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାନସଭାର ୫ ଦିନ ପରେ ମଧ୍ୟ ବିଧାୟକଙ୍କ ରାପିଡ ଟେଷ୍ଟ କରାଯିବ । ଏଥିସହ ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କ ଆଂଟିଜେନ ଟେଷ୍ଟେ କରାଯିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତା ବସିଥିବା ଗୁରୁତ୍ୱପୁର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି ।