ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ ପଠାଣି ରାଉତ


ଭୁବନେଶ୍ୱର- ଭୁବନେଶ୍ୱର ଲୋକସମ୍ପର୍କ ଜିଲ୍ଲାର ଡି.ଆଇ.ପି.ଆର.ଓ ଭାବେ ନିଯୁକ୍ତି ହୋଇଛନ୍ତି । ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ କରିବେ । ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଉପଖଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କଟକରେ ସହକାରୀ ସୂଚନା ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ବର୍ତମାନ ଭୁବନେଶ୍ୱର ଲୋକ ସଂପର୍କ ଅଧିକାରୀ ପଦବୀରେ ଥାଇ ବହୁମୁଖୀ କାର୍ଯ୍ୟ ସଂପାଦନ କରୁଛନ୍ତି । ପଠାଣି ରାଉତ ଲୋକ ପ୍ରଶାସନରେ ସ୍ନାତକୋତର, ଲୋକସମ୍ପର୍କ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିପ୍ଲୋମା ହାସଲ କରିଥିଲେ । ତାଙ୍କ ଘର ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଳକ ନିକଟସ୍ଥ ଇନ୍ଦ୍ରପାଳ ଗ୍ରାମରେ ।

Leave A Reply

Your email address will not be published.

fifteen + nineteen =