ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫ ବାତିଲ୍ ନିଷ୍ପତି ପ୍ରତ୍ୟାହାର ଦାବି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ବାତିଲ୍ ନିଷ୍ପତିି ତଥା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତନ କରିବା ନିଷ୍ପତିିକୁ ତୁରନ୍ତ ପ୍ରତ୍ୟାହାର କରିବା, ବିଶ୍ୱଦ୍ୟାଳୟଗୁଡିକୁ ଆବଶ୍ୟକ ପାଣ୍ଠି ଯୋଗାଇଦେବା ସହ ସେଗୁଡିକର ସ୍ୱାୟତତାକୁ ଅକ୍ଷୁର୍ଣ୍ଣ ରଖିବା ଦାବିରେ ଆଜି ଏଆଇଡିଏସଓ କଟକ ଜିଲ୍ଲା କମିଟି ସଂପାଦକ ବିନୋଦ ସେଠୀ, କୋଷାଧ୍ୟକ୍ଷ ଇଷା ଧର, ସଂପାଦକମଣ୍ଡଳୀ ସଦସ୍ୟ ଶିବାନୀ ସାହୁ, ଜ୍ୟୋସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ଛାତ୍ରନେତା ସରୋଜ ମାନସିଂ ପ୍ରମୁଖଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ କଟକ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଦାବିପତ୍ରରେ ଦର୍ଶାଯାଇଛି ଯେ, ବିଶ୍ୱବିଦ୍ୟାଳୟ ଆଇନ ୧୯୮୯କୁ ପରିବର୍ତନ କରି ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ ହାତରୁ କାଢି ନେଇ ଓଡିଶା ପବ୍ଲିକ ସର୍ଭିର୍ର୍ର୍ସ କମିଶନ ହାତରେ ନ୍ୟସ୍ତ କରିବା, ସିନେଟ୍ ବ୍ୟବସ୍ଥା ସଂପୂର୍ଣ୍ଣ ହଟାଇଦେବା, କୁଳପତି ଚୟନ କମିଟିରେ ସିଣ୍ଡିକେଟ୍ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ଦେଇ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା ଆଦି ବ୍ୟବସ୍ଥା କରାଯାଇଛି । ଏହାଛଡା ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ ୨୦୦୫କୁ ସଂପୂର୍ଣ୍ଣ ବାତିଲ କରି ଏକକ ଆଇନ ଲାଗୁ କରିବା ନିଷ୍ପତି ହୋଇଛି । ଏହି ସମସ୍ତ ନିଷ୍ପତି ଅତ୍ୟନ୍ତ ଅଗଣତାନ୍ତ୍ରିକ, ଅନ୍ୟାୟ, ଛାତ୍ର-ଶିକ୍ଷକ ବିରୋଧି ତଥା ବିଶ୍ୱଦିଦ୍ୟାଳୟ ଆଇନର ସଂପୂର୍ଣ୍ଣ ପରିପନ୍ଥୀ । ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ର୍ୟ କ୍ଷୂର୍ଣ୍ଣ ହେବା ସହ ଶିକ୍ଷାର କେନ୍ଦ୍ରୀକରଣ ଓ ଅମଲାତାନ୍ତ୍ରୀକରଣ ଘଟିବ । ବିଶ୍ୱବିଦ୍ୟାଳୟ ବ୍ୟବସ୍ଥାରେ ଯେତିକି ବି ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଥିଲା ତାହା ମଧ୍ୟ ନଷ୍ଟ ହୋଇଯିବ । ସେହିଭଳି ବିଶ୍ୱବିଦ୍ୟାଳୟଗୁଡିକ ଚାହୁଁଥିବା ଅନୁଦାନ ଯୋଗାଇ ନଦେଇ କେବଳ କୁଳପତିମାନଙ୍କ କାର୍ଯ୍ୟକାଳ ୩ ରୁ ୪ ବର୍ଷ ବୃଦ୍ଧି ତଥା କାର୍ଯ୍ୟକରିବାର ବୟସ ସୀମା ୬୫ ବର୍ଷରୁ ୬୭ ବର୍ଷକୁ ବୃଦ୍ଧିକଲେ ଶିକ୍ଷାର କୌଣସି ଗୁଣାତ୍ମକ ପରିବର୍ତନ ହେବ ନାହିଁ ବରଂ ସରକାର ଚାହୁଁଥିବା ବ୍ୟବସାୟୀକଣ ତ୍ୱରାନ୍ୱିତ ହେବ । କୁଳପତି ଚୟନ କମିଟିରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରତିନିଧି ରଖିବା ପାଇଁ ଆଇନରେ ଯେଉଁ ପରିବର୍ତନ ଆସିଛି ତାହା ମଧ୍ୟ କ୍ଷମତାରେ ଥିବା ରାଜନୈତିକ ଦଳଙ୍କ ସ୍ୱାର୍ଥ ରକ୍ଷା କରିବ । ଏଥିସହ ଶିକ୍ଷାବିତ୍, ବୁଦ୍ଧିଜୀବୀମାନଙ୍କର ଗୁୁରୁତ୍ୱ ଯଥେଷ୍ଟ ହ୍ରାସ ପାଇବା ସହିତ ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ସରକାରଙ୍କ ସିଧାସଳଖ ହସ୍ତକ୍ଷେପ ରହିବ । ଆହୁରି ବିଶ୍ୱବିଦ୍ୟାଳୟର ଶିକ୍ଷକ ଚୟନ ପ୍ରକ୍ରିୟାକୁ ବିଶ୍ୱବିଦ୍ୟାଳୟଗୁଡିକ ହାତରୁ କାଢି ନେଇ ଓଡିଶା ପବ୍ଲିକ ସର୍ଭିସ କମିଶନ ହାତରେ ନ୍ୟସ୍ତ କରିବା ଫଳରେ ଅଧ୍ୟାପକ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା, ପ୍ରିୟାପ୍ରିତିତୋଷଣ ଦେଖାଦେବ । ଓଡିଶା ପବ୍ଲିକ ସର୍ଭିସ କମିଶନ ସରକାରଙ୍କ ଦ୍ୱାରା ଏକ ମନୋନୀତ ସଂସ୍ଥା । ଯୋଗ୍ୟତା ଓ କ୍ଷମତା ଦୃଷ୍ଟିରୁ ବରିÂ ପ୍ରଫେସରମାନଙ୍କୁ ନିଯୁକ୍ତି ଦେବା ପାଇଁ ଏହା ଏକ ଉପଯୁକ୍ତ ସଂସ୍ଥା ନୁହେଁ । ଭବିଷ୍ୟତରେ ଓଡିଶାରେ ଯୋଗ୍ୟତା ସମ୍ପନ୍ନ ପ୍ରଫେସରମାନେ ଓପିଏସସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟାରେ ସାମିଲ ହେବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ରାଜ୍ୟରେ ଏକକ ସିଲାବସ ଓ ପି.ଜି କୋର୍ସ ଆଡିମିଶନ ପାଇଁ ଏକକ ପ୍ରବେଶିକା ପରୀକ୍ଷା ପ୍ରଚଳନ କରାଯାଇ କେନ୍ଦ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତମାନର ବିଶ୍ୱବିଦ୍ୟାଳୟ ଆଇନ୍ର ସଂଶୋଧନ ସେହି କେନ୍ଦ୍ରୀକରଣ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ସହ ବିଶ୍ୱବିଦ୍ୟାଳୟ ସ୍ୱାତନ୍ତ୍ର୍ୟକୁ ସଂପୂର୍ଣ୍ଣ ଧ୍ୱଂସ କରିବ ଏବଂ ଶିକ୍ଷାର ବ୍ୟବସାୟୀକରଣ ଓ ଘରୋଇକରଣର ଦ୍ୱାରକୁ ସଂପୂର୍ଣ୍ଣ ଉନ୍ମୁକ୍ତ କରିଦେବ । ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ଅବିଭାବକ ଏହି ଶିକ୍ଷା ଧ୍ୱଂସକାରୀ ପଦକ୍ଷେପ ବିରୁଦ୍ଧରେ ସଂଗଠିତ ପ୍ରତିବାଦକରିବାକୁ ଏଆଇଡିଏସଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

Leave A Reply

Your email address will not be published.

one × 5 =