ଚାଷୀଙ୍କ କାମରେ ଆସୁନି ବାଲିପାଟଣା ସୁଇସ ଗେଟ୍

ଜଗତସିଂହପୁର: ଅଣଜଳ ସେଚିତ ଅଞ୍ଚଳ ରୁପେ ଜଣାଶୁଣା ବାଲିକୁଦା ବ୍ଲକର ଜିଳ୍ଲାପରିଷଦ ଜୋନ ନଂ ୪ର ଅବସ୍ଥା । ଜଳ ସଂପଦ ବିଭାଗ ଜଗତିସିଂହପୁର ଡିଭିଜନ ଅଧିନରେ ଯେତେ ଯୋଜନା ଅର୍ଥ ଆସେ ସବୁଦାୟ ଅର୍ଥରାଶିରୁ ପ୍ରାୟ ୭୦ଭାଗ ଅର୍ଥ ଏହି ଅଞ୍ଚଳରେ ହିଁ ବ୍ୟୟ କରାଯାଏ । ମାଛଗାଁ ଜଳସଂପଦ କନିଷ୍ଠ ଯନ୍ତ୍ରୀଙ୍କ ଅଧିନରେ ଥିବା ଏହି ଲବଣାକ୍ତ ଅଞ୍ଚଳକୁ ଜଳସଂପଦ ବିଭାଗ ପକ୍ଷରୁ ଜଳସେଚନ ନିମନ୍ତେ କେନାଲ ଯିବାର କୌଣସି ସୁବିଧା ନାହିଁ । ଜଳ ସେଚନ ନିମନ୍ତେ ଏହି ଅଞ୍ଚଳରେ ଥିବା ମୁଖ୍ୟ ନଦୀ ମୁଗୁରାନାଳୀ ନଦୀରେ କି୍ରକ ଜଳସେଚନର ଉନ୍ନତି କରଣ ପାଇଁ ବହୁ କୋଟି ଅର୍ଥ ବ୍ୟୟ ବରାଦ ହୋଇଚାଲିଛି । ତେବେ ଏହି ଅଞ୍ଚଳକୁ ଜଳସେଚନ ନିମନ୍ତେ ପ୍ରାୟ ୧୬ଗୋଟି ସ୍ଥାନରେ ଲୁଣା ଜୁଆର ପାଣିକୁ ରୋକିବା ସହ ଦେବୀ ନଦୀର ବନ୍ୟାଜଳ ମଡାଇବା ନମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ଅଞ୍ଚଳରେ ଦେବୀନଦୀ ବନ୍ଧ ବଇରଖ-ବାଲିପାଟଣା ଠାରେ ସୁଇସ ଗେଟ ନିର୍ମାଣର ଦୁଇ ବର୍ଷ ପୁରିଥିଲେ ମଧ୍ୟ ଏହା ସଂପୃକ୍ତ ଅଞ୍ଚଳର ଚାଷୀଙ୍କ କାମରେ ଆସୁନାହିଁ । ବହୁ ବାଦ ବିବାଦ ଅନ୍ତ ଘଟାଇ ଜଳସଂପଦ ବିଭାଗ ୬୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁଇସ ଗେଟ ନିର୍ମାଣ ଶେଷ ହୋଇଛି ।, ମାତ୍ର ସ୍ଥାନୀୟ ବାଲିପାଟଣା ଓ ଦଶ ବାଟିଆ ଗ୍ରାମ କେତେକ ମୁଷ୍ଟିମେୟ ଲୋକ ସଂପୃକ୍ତ ବାଲିପାଟଣା ନଦୀରେ ଅବରୋଧ କରି ସଂପୃକ୍ତ ନଦୀରେ ଆଡିବନ୍ଧ ଜରିଆରେ ଅନେକ ପୋଖରି ଦ୍ୱାରା ଅବରୋଧ କରିଛନ୍ତି । ଯାହା ଫଳରେ ସୁଇସ ଗେଟ ଚାଷୀଙ୍କ କାମରେ ଆସିପାରୁନାହିଁ । ଖୁବ ଶୀଘ୍ର ଏହି ନଦୀକୁ ଜଳସଂପଦର ଡ୍ରେନେଜକଟ ବିଭାଗ ନଦୀ ଉପରେ ଅବରୋଧକରି ରଖିଥିବା କେତେକ ସୁଷ୍ଟିମେୟ ଲୋକ ବେଆଇନ ପୋଖରୀକୁ ଉଚ୍ଚେଦ ସହ ନଦୀକୁ ଖନନ ପାଇଁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି । ସେହିଭଳି ନଦୀ ଉପରେ ଲିପଟ୍ ପଏଂଟ ବା ଉଠା ଜଳସେଚନର ସୁବିଧାକଲେ ସପୃକ୍ତ ନହରଣା, ବଇରଖ, ପାଲିପାଟଣା, ଦଶବାଟିଆ, ବରମୁଣ୍ଡଳୀ, ଫୁଲପାଟଣା, ବଘେଇପୁର, କେରୁଆଁ ପଡା, ବାରବାଟିଆ, ମରିଚ ପୁର, ମାଙ୍କଡଖିଆ, ଇଛାପୁର, ଧନୁହର, ବେଲାରିର କଂଟାପାଳ ପ୍ରମୁଖ ଗ୍ରାମର ଶହଶହ ଏକର ଚାଷଜମିରେ ବନ୍ୟା ସମୟରେ ବନ୍ୟାଜଳ ମାଡିବା ଦ୍ୱାରା ଚାଷୀ ଜମିରେ ଜଳସେଚନର ସୁବିଧା ହେଇପାରିବ । ସେହିପରି ଏହି ସୁଇସ ଗେଟ ଦ୍ୱାରା ଚାଷୀ ମଧ୍ୟ ଖରାଟିଆ ଓ ରବି ସମୟରେ ପନିପରିବା ଫସଲ ଉତ୍ପାଦନ କରିପାରନ୍ତା । ତେବେ ଖାଲଗାଁ ସୁଇସ ଗେଟ ଦେଇ ଦେବୀ ନଦୀରେ ବନ୍ୟାଜଳ ଗତ ତିନି ବର୍ଷ ଧରି ପ୍ରବେଶ ଫଳରେ ଚାଷୀ ଉପକୃତ ହେବାର ଦୃଷ୍ଟାନ୍ତ ରହିଛି । ଏହି ମୁଗୁରାନାଳୀ ନଦୀର ଖାଲଗାଁ ସୁଇସ ଠାରୁ ନୁଆଗାଁ ପୋଲ ପର୍ଯ୍ୟନ୍ତ ନଦୀ ଭିତରୁ ଦଳ ସଫା ନିମନ୍ତେ ଡ୍ରେନେଜ କଟ୍ ବିଭାଗ ପକ୍ଷରୁ ଟେଣ୍ଡର ହୋଇଥିଲେ ମଧ୍ୟ ଏଥି ପ୍ରତି ଜଳ ସଂପଦ ମନ୍ତ୍ରୀଙ୍କ କାଳ ପୋଷଣ ନୀତି ଯୋଗୁଁ ତାହା ମଧ୍ୟ ଚାଷୀଙ୍କ ଉପଯୁକ୍ତ କାର୍ଯ୍ୟରେ ଆସୁନାହିଁ ।

Leave A Reply

Your email address will not be published.

three × three =