କୋଭିଡ ସ୍ଥିତର ମୁକାବିଲା ପାଇଁ ରାଉକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ


ଭୁବନେଶ୍ୱର- ସୁନ୍ଦରଗଡ ଜିଲ୍ଲା ଓ ରାଉଲକେଲା ସହରରେ କିଭଳି କୋଭିଡ ପରିଚାଳନା ହେଉଛି ତାହାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚି ଓ ସ୍ୱାସ୍ଥ୍ୟ ବିଭାଗର ନିଦେର୍ଶକ ଡ. ସିବିକେ ମହାନ୍ତି ରାଉଲକେଲା ଗସ୍ତରେ ଯାଇଛନ୍ତି । ସୂଚନାମୁତାବକ ସେମାନେ ଜୟପ୍ରକାଶ ହସ୍ପିଟାଲ ଓ ଶାନ୍ତୀ ହସ୍ପିଟାଲ ପରିଦର୍ଶନ କରିବେ । ସେଠାରେ ଠିକ ଭାବେ କୋଭିଡ ପରିଚାଳନା ହେଉଛିକି ନାହିଁ ତାହା ଉପରେ ତଦାରଖ କରିବେ । ପରେ ରାଉଲକେଲା ହାଇ-ଟେକ ମେଡିକାଲରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଜିଲ୍ଲାପାଳ, ଏଡିଏମ ରାଉଲକେଲା, ରାଉଲକେଲା ମୁନସିପାଲ କରର୍ପୋରେସନ, ସିଡିଏମଓ ପ୍ରମୁଖ ଉପସ୍ଥିତ ରହିବେ ।

Leave A Reply

Your email address will not be published.

3 × three =