ଗାଁ ଦାଣ୍ଡରେ ହତ୍ୟା


ନୟାଗଡ- ଜମିବାଡି ବିବାଦକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡା ମାଳିସାହି ଗାଁରେ । ମୃତକଙ୍କ ନାଁ କ୍ଷେତ୍ରବାସୀ ମହାପାତ୍ର । ସୂଚନାଯୋଗ୍ୟ ଗତକାଳି ରାତିରେ ଜମିବାଡିକୁ ନେଇ ଗାଁ ଲୋକଙ୍କ ସହିତ କ୍ଷେତ୍ରବାସୀଙ୍କ ଝଗଡା ହୋଇଥିଲା । ଏନେଇ ସେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସକାଳେ ଘଟଣାର ସମାଧାନ କରିବା ପାଇଁ କହିଥିଲା । ହେଲେ କ୍ଷେତ୍ରବାସୀ ଗାଁରେ ପଂହଚିବା ପରେ ଉତ୍ୟକ୍ତ ଲୋକେ ତାଙ୍କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଉଛି । କୌଣସି ଟେର ପୋଲିସ ଏପର୍ଯ୍ୟନ୍ତ ପାଇପାରି ନାହିଁ ।

Leave A Reply

Your email address will not be published.

one + ten =