ନଆଦିଲ୍ଲୀ- କରୋନା ଟୀକାକୁ ନେଇ ଆସିଛି ବଡ ଖବର । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଟିକା ନେବା ପେର ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଛନ୍ତି । ଏଥିପାଇଁ ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଟିକାର ପରୀକ୍ଷଣ ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଟିକା ପ୍ରୟୋଗ ପରେ ସମସ୍ୟା ଦେଖାଦେଇନଥିଲା । ହେଲେ ପରେ ବ୍ୟକ୍ତି ଜଣଙ୍କ ଅସୁସ୍ଥ ହେବାରୁ ଟିକାର ଗୁଣବତାକୁ ପରୀକ୍ଷା କରାଯାଉଛି ।