ମୁମ୍ବାଇ- କଙ୍ଗନା ରାଣାୱତ ମୁମ୍ବାଇରେ ପଂହଚିବା ପୂର୍ବରୁ ବିଏମସି ତାଙ୍କ ଅଫିସର କିଛି ଅଂଶକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ବିଏମସିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଙ୍ଗନା ପୁଣିଥିରେ ମୁମ୍ବାଇକୁ ପାକିସ୍ତା ଅଧିକୃତ କାଶ୍ମୀର ବୋଲି କହିଛି । କଙ୍ଗନାଙ୍କ ଅଫିସରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରାଯାଇଥିବା ନେଇ ବିଏମସି ପକ୍ଷରୁ ନୋଟିସ ପଠାଯାଇଥିଲା ଓ ୨୪ ଘଂଟା ମଧ୍ୟରେ ଜବାବ ରଖିବାକୁ କୁହାଯାଇଥିଲା । କିନ୍ତୁ ସେ କିଛି ଜବାବ ଦେଇନଥିଲେ । ତେଣୁ ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।