ପୂଜା ପାଇଁ ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡଲାଇନ


ଭୁବନେଶ୍ୱର- ପୂଜା ପାଇଁ ଜାରି ହେଲା ନୂଆ ଗାଇଡଲାଇନ । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସରେ ଦୁର୍ଗା ପୂଜା, କଳୀ ପୂଜା ଓ ଗଜଲକ୍ଷ୍ମୀ ପୁଜା ଥିବାରୁ ଗାଇଡଲାଇନ ଜାରି କରାଯାଇଛି । ଗାଇଡ ଅନୁଯାୟୀ ପୂଜା ମଣ୍ଡପରେ ପୂଜା ପାଇଁ ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ଟ୍ୱିନସିଟରେ କମିଶନରଙ୍କ ଠାରୁ ଅନୁମତି ଜରୁରୀ । କମ ସଂଖ୍ୟକ ଲୋକଙ୍କୁ ନେଇ ପୂଜା କାର୍ଯ୍ୟାନୁଷ୍ଠାନ ହେବ । ପୂଜା ମଣ୍ଡପ ତିନି ପାଶ୍ୱର୍ରୁ ସଂପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାଶ୍ୱର୍ ଆଂଶିକ ବନ୍ଦ ରହିବ । ମୂର୍ତିର ଉଚ୍ଚତା ୪ ଫୁଟରୁ କମ ରହିବ । କର୍ତା ଏବଂ ବ୍ରାହ୍ମଣକୁ ମିଶାଇ ୯ରୁ ଅଧିକ ରହିବେନି । ମଣ୍ଡପରେ ଉପସ୍ଥିତ ସମସ୍ତେ କୋଡ କଟକଣା ମାନିବା ସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ବାଧ୍ୟ । ଭସାଣ ଉତ୍ସବ ହେବ ନାହିଁ , କୃତ୍ରିମ ପୋଖରୀରେ ମୂର୍ତି ବିସର୍ଜନ କରାଯିବ । ଏହିପରି ଆନେକ ଗାଇଡଲାଇନ ଜାରି କରାଯାଇଛି । ଯେଉଁମାନେ ଏହି ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଛି । ରଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି ।

Leave A Reply

Your email address will not be published.

13 + 18 =