ପରୀକ୍ଷା ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର


ନୂଆଦିଲ୍ଲୀ- ପରୀକ୍ଷା ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର । ପରୀକ୍ଷା ସମୟରେ ବହୁତ ସଂଖ୍ୟକ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଆସାଥାନ୍ତି । ସେମାନଙ୍କ ସହିତ ସେମାନଙ୍କ ଅଭିଭାବକ ଆସିଥାନ୍ତି ଓ ଶିକ୍ଷିକ ମାନେ ମଧ୍ୟ ଆସିଥିନ୍ତି । ତେଣୁ ଏଭଳି ସ୍ଥିତିରେ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି । ତେଣୁ ଏହାର କିପରି ସୁ-ପରିଚାଳନା କରାଯିବ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପରୀକ୍ଷା ହଲରେ କେଉଁକେଉଁ ଦିଗ ଉପରେ ଦୃଷ୍ଟି ଦିଆଯିବ ସେ ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ପ୍ରବେଶ ପଥରେ ହାତକୁ ସାନିଟାଇଜିଂଙ୍ଗ କରିବେ , ସାମାଜିକ ଦୂରତା ରକ୍ଷା କରିବା ସହ ଫୋସ ମାସ୍କ ବାଧ୍ୟତା ମୂଳକ । କରୋନା ଲକ୍ଷଣ ନଥିବା ଛାତ୍ରଛାତ୍ରୀ ପରୀକ୍ଷା ହଲକୁ ପ୍ରବେଶ କରିପାରିେବେ । କଂଟେନମେଂଟ ଅଂଚକୁ ଛାଡି ଦେଲେ ବାକି ସବୁ ଯାଗାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ପରୀକ୍ଷା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ରକୁ ସଂପୂର୍ଣ୍ଣ ସାନିଟାଇଜିଙ୍ଗ କରାଯିବ । ଏଥିସହିତ ପରୀକ୍ଷା ସରିବା ପରେ ଶିକ୍ଷକ କିମ୍ବା ଛାତ୍ରଛାତ୍ରୀ ବହୁତ ସଂଖ୍ୟକ ଏକାଠି ହେବେ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.

2 + fourteen =