ନୂଆଦିଲ୍ଲୀ- ସେପ୍ଟେମ୍ବର ୧୨ ତାରିଖ ଦିନ ଦେଶରେ ସ୍ୱତନ୍ତ୍ର ୮୦ଟି ଟ୍ରୋନ ଗଡିବ । ଏଥିପାଇଁ ୧୦ ତାରିଖ ଠାରୁ ଯାତ୍ରୀମାନେ ଟିକେଟ ବୁକିଂ କରିବେ । ଆଗରୁ ୨୩୦ ଟ୍ରୋନ ସେବା ଆରମ୍ଭ ହୋଇଛି ବୋଲି ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ ୟାଦଭ କହିଛନ୍ତି । ମହାମାରୀ କରୋନା ପାଇଁ ଦୀର୍ଘ ୫ମାସରୁ ଉଦ୍ଧ୍ୱର୍ ସମୟ ଧରି ରେଳ ଚଳାଚଳ ବନ୍ଦ ଥିଲା । ସ୍ଥିତିରେ କିଛିଟା ସୁଧାର ଆସିବାରୁ ପୁଣି ଥିରେ ରେଳ ଚଳାଚଳ ଆରମ୍ଭ ହୋଇଛି ।