ଛାଡ ହୋଇପାରେ ସ୍କୁଲ ଫି


ଭୁବନେଶ୍ୱର- ଛାଡ ହୋଇପାରେ ସ୍କୁଲ ଫି । ଘରୋଇ ଇଂରାଜୀ ଓ ଓଡିଆ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସ୍କୁଲ ଫି ଛାଡ ହୋଇପାରେ । ଉଭୟ ପକ୍ଷକୁ ନେଇ ବୈଠକ ପରେ ସ୍କୁଲ ଫି ଛାଡ ନେଇ ନିଷ୍ପତି ହୋଇଛି । ରାଜସ୍ଥାନ ସରକାର ଯେଉଁ ଢାଂଚାରେ ସ୍କୁଲ ଫି ଛାଡ କରିଛନ୍ତି ଓଡିଶାରେ ମଧ୍ୟ ସେହି ବ୍ୟବସ୍ଥାରେ ଛାଡ କରିବା ପାଇଁ ସହମତି ପ୍ରକାଶ ପାଇଛି । ହାଇକୋର୍ଟଙ୍କ ପରାମର୍ଶ କ୍ରମେ ସ୍କୁଲ ଓ ଗଣଶିକ୍ଷା ବିଭାଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଅଭିଭାବକ ସଂଘ ୫୦ ପ୍ରତିଶତ ସ୍କୁଲ ଫି ଛାଡ କରିବାକୁ କହିଥିଲେ ହେଁ ଘରୋେଇ ସ୍କୁଲ ସଂଘ ଏଥିରେ ସହମତି ପ୍ରକାଶ କରିନଥିଲା । କରୋନା ମହାମାରୀ ପାଇଁ ଦୀର୍ଘ ୫ରୁ ଉର୍ଦ୍ଧ ସମୟ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେଣୁ ଏଳଭି ପରିସ୍ଥିତିରେ ଅଭିଭାବକ ଫି ଦେବା ପାଇଁ ଅସମର୍ଥ ଅଛନ୍ତି । ତେଣୁ ସ୍କୁଲ ଫି ଛାଡ କରିବାକୁ ସଂଘ ପକ୍ଷରୁ ଦାବି କରାଯାଉଛି ।

Leave A Reply

Your email address will not be published.

three + nineteen =