୧୩ ତାରିଖ ଦିନ ୟୁନିଟ-୧ ମାର୍କେଟ ବନ୍ଦ


ଭୁବନେଶ୍ୱର- ନିଟ ପରୀକ୍ଷା ପାଇଁ ୧୩ ତାରିଖରେ ଦିନ ୧୧ରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୟୁନିଟ-୧ ପରିବା ହାଟକୁ ବନ୍ଦ କରିବାକୁ ବିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ୟୁନିଟ-୧ ରେ ଥିବା ମଦରସ୍ ପବ୍ଳିକ ସ୍କୁଲ ନିଟ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି । ତେଣୁ ଗହଳିକୁ ଏଡାଇବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ପରିବା ମାର୍କେଟରେ ଦୈନିକ ହଜାର ହଜାର ଆସିଥାନ୍ତି । ଆସନ୍ତା ୧୩ ତାରିଖ ଦିନ ପରୀକ୍ଷା ଥିବାରୁ ଶହଶହ ଛାତ୍ରଛାତ୍ର ଆସିବେ । ତେବେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ସଂକ୍ରମଣକୁ ଏଡାଇବା ପାଇଁ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

four + 8 =