ଗଡିଲା ୩ଟି ସ୍ପେସିଆଲ ଟ୍ରେନ


ଭୁବନେଶ୍ୱର- ଗଡିଲା ୩ଟି ସ୍ପେସିଆଲ ଟ୍ରେନ । ପୁରୀ- ଅହମଦାବାଦ, ପୁରୀ-ଗାନ୍ଧିଧାମ ଓପୁରୀ-ଓଖାକୁ ଗଡିବ । ପୁରୀ-ଅହମଦାବାଦକୁ ସପ୍ତାହକୁ ୪ ଦିନ, ପୁରୀ- ଗାନ୍ଧିଧାମ ଏବଂ ପୁରୀ- ଓଖା ଟ୍ରେନ ସପ୍ତାହକୁ ଥରେ ଲେଖାଏ ଚାଲିବ ବୋଲି ଇଷ୍ଟ କୋଷ୍ଟା କହିଛନ୍ତି । କରୋନା ମହାମାରୀ ପାଇଁ ଦୀର୍ଘ ୫ ମାସରୁ ଉର୍ଧ ସମୟ ଧରି ଘରେ ରହିଥିବା ଶ୍ରମିକ ମାନେ ପୁଣି ଥିରେ କର୍ମ ସଂସ୍ଥାନକୁ ଫେରିବାକୁ ଚାହୁଁଥିବାରୁ ଏପରି ବ୍ୟବସ୍ଥା କରାଯାଇଛି । ମୁଖ୍ୟତ ଅହମଦାବାଦ, ସୁରତ ଆଦି ସ୍ଥାନକୁ ଫେରିବାକୁ ଚାହୁଁଥିବା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ସରକାର ତାଙ୍କ ଅନୁରୋଧ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.

twenty + 9 =