ନୂଆଦିଲ୍ଲୀ-  ଭାରତରେ  କରୋନା  ସ୍ଥିତି ଦିନକୁ ଦିନ ଗମ୍ଭୀର ହୋବାକୁ ଲାଗିଛି । ପ୍ରତ୍ୟେକ ଦିନ ୫୦ ହଜାର ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି  ଗୋଟିଏ ଦିନରେ  ୯୭ ହଜାର ୫୭୦  ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା   ୪୬,୫୯,୯୮୪କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏଯାବତ୍  ୩୬,୨୪,୧୯୬ ଆରୋଗ୍ୟଲାଭ କରିଥିବା ବେଳେ  ୯,୫୩,୩୧୬ ସକ୍ରିୟ ମାମଲା ରହିଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ  ଶୁକ୍ରବାର ସୁଦ୍ଧା ୧୦,୯୧,୨୫୧ କରୋନା ଟେଷ୍ଟ କରାଯାଇଥିଲା ।