ରାୟଗଡ଼ା ସୀମାନ୍ତରେ ଗୁଳି ବିନିମୟ

ରାୟଗଡା : କଳାହାଣ୍ଡି ସୀମାନ୍ତରେ ମାଓବାଦୀ ମାନେ ସକ୍ରିୟ ହୋଇଥିବା ଗୁଇନ୍ଦା ସୂତ୍ରରୁ ରାୟଗଡା ପୋଲିସକୁ ସୂଚନା ମିଳିଛିା ଗତ ୯ ତାରିଖ ଦିନ କନ୍ଧମାଳ-କଳାହାଣ୍ଡି ସୀମାନ୍ତେର ମାଓବାଦୀ ମେଳି କରିଥିବାର ପୋଲିସକୁ ସୂଚନା ମିଳିଥିବା । ସୂଚନା ମୁତାବକ କଳାହାଣ୍ଡି ପୋଲିସ (ଏସଓଜି ) ସୂଚନାକୁ ଆଧାର କରି ଜଙ୍ଗଲ ଭିତରେ କମ୍ବିଙ୍ଗ ଅପରେସନ କରାଯାଇଥିଲା ।
ପୋଲିସକୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ଗୁଳିଚାଳନା କରାଯାଇଥିଲାା ପୋଲିସର ପାଲଟା ଗୁଳିଚାଳନାରେ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିଲେ ମଧ୍ୟ ୫ ମାଓବାଦୀ ପୋଲିସର ଗୁଳିଚାଳନାରେ ମୃତ୍ୟୁବରଣ କରିଥିଲୋ ଏଥି ସହ ୨ ଏସଓଜି ଯବାନ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡିଛି ।
ପୋଲିସର ଅତର୍କିତ ଗୁଳିଚାଳନାରେ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ବେଳେ କିଛି ମାଓବାଦୀଙ୍କୁ ଗୁଳି ବାଜିଥିବା କଳାହାଣ୍ଡି ପୋଲିସ ଅନୁମାନ କରିଛି । ତେବେ କାଳହାଣ୍ଡି ପୋଲିସର ଆକ୍ରମଣ ଯୋଗୁଁ ମାଓବାଦୀ ମାନେ ରାୟଗଡା- କଳାହାଣ୍ଡି ସୀମାନ୍ତରେ ଚଳପ୍ରଚଳ କରୁଥିବା ରାୟଗଡା ପୋଲିସକୁ ସୂଚନା ମିଳିଛି । ତେବେ ଗତକାଲି ରାତିରେ ମାଓବାଦ ରାୟଗଡ଼ା
ଜିଲ୍ଲା ଅନ୍ତର୍ଗତ ଅମ୍ବାଦୋଳା ଠାରୁ ବେଲଘର ଯିବା ମୁଖ୍ୟ ରାସ୍ତାର ଝିଲିଗୁଡ଼ା ଗ୍ରାମ ଠାରେ ୧୫ଟି ସ୍ଥାନକୁ ଖୋଳି ଦେଇଛନ୍ତି । ଫଳରେ ରାୟଗଡା ଜିଲ୍ଲା ଆମ୍ବୋଦଳା ଦେଇ କନ୍ଧମାଳ ଯାତାୟତ ଠପ ହୋଇପଡିଛି । ରାୟଗଡା ସୀମାନ୍ତେର ମାଓବାଦୀ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୀମାନ୍ତବର୍ତୀ ଅଂଚଳ ଗୁଡିକରେ ପୋଲିସ ଏବଂ ସିଆରପିିଏଫ ତରଫରୁ କୁମ୍ବି ଅପରେସନ ଜୋରଦାର କରାଯାଇଛି । ନିୟମଗିରି ଅଂଚଳ, ମୁନିଗୁଡା ବ୍ଲକ ଅନ୍ତର୍ଗତ ରଘୁବାରୀ ପଂଚାୟତ ଘଂଚ ଜଙ୍ଗଲ ହୋଇଥିବା ମାଓବାଦୀ ମାନେ ଏଠାରେ ଲୁଚି ରହିଥିବା ପୋଲିସ ଅନୁମାନ କରିଛି । ଏ ନେଇ ରାୟଗଡା ଏସ.ପି ଡା.ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି ଯେ ରାୟଗଡା ପୋଲିସ ଏବଂ ସିଆରପିଏଫ ଜବାନ ଏଲର୍ଟ ରହିଛନ୍ତି ।

Leave A Reply

Your email address will not be published.

nineteen + four =