କଟକ- କଟକ ରାଣୀହାଟ କେନାଲ ରୋଡ ଅଂଚଳରେ ଏକ ନକଲି ମହୁ ତିଆରି କାରଖାନା ପୋଲିସ ଠାବ କରିଛି । କେବଳ ମୁହୁ ନୁହେଁ ଗୋଲାପ ଜଳ ଓ ଲକ୍ଷାଧିକ ଟଙ୍କାର ନକଲି ପୂଜା ସାମଗ୍ରୀ ଜବତ ହୋଇଛି । ବହାର ରାଜ୍ୟରୁ ବିଭିନ୍ନ କଂପାନୀ ଷ୍ଟିକରକୁ ବ୍ୟବହାର କରି ନକଲି ସମାଗ୍ରୀ ତିଆରି କରାଯାଇଥିଲା । ଚିନି ଓ ଅନ୍ୟାନ୍ୟ କେମିକାଲ ମିଶାଇ ମୁହୁ ତିଆରି ଓ କେମିକାଲ ପକାଇ ଗୋଲାପ ଜଳ ମଧ୍ୟ ପ୍ରସ୍ତୁତ ହେଉଥିଲା । ଏହି ଘଟଣାରେ ପୋଲିସ ଜଣଙ୍କୁ ଗରିଫ କରିଛି । ତେବେ ଏହି ସାମଗ୍ରୀ କେଉଁ କେଉଁ ସ୍ଥାନକୁ ବିକ୍ରି ପାଇଁ ଛଡା ଯାଇଛି ଓ ଏଥିରେ କାହାର ହାତ ଅଛି ବୋଲି ପୋଲିସ ଏହାର ଛାନ୍ନଭିନ୍ନ ଆରମ୍ଭ କରିଦେଇଛି ।