ନୂଆଦିଲ୍ଲୀ- ଦେଶରେ ଆଜି ଗୋଟିଏ ଦିନରେ ୯୨ ହଜାର୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୪୬,୪୨୭କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏାମନଙ୍କ ମଧ୍ୟରୁ ୩୭,୮୦,୧୦୭ ସୁସ୍ଥ ହୋଇଥିବା ବେଳେ ୯,୮୬,୫୯୮ ସକ୍ରିୟ ମାମଲା ରହିଛି । ଏଯାବତ୍ ୭୭,୫୧୨ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ମୋଟ ୧୦,୩୭,୭୬୫ଆକ୍ରାନ୍ତ ରହିଥିବା ବେଳେ ୨୯,୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲ ନାଡୁ, କର୍ଣ୍ଣାଟକ, ଓ ଉତରପ୍ରଦେଶ ରହିଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ ଗତକାଲି ମୋଟ ୯,୭୮,୫୦୦ ସମ୍ପୁଲ ଟେଷ୍ଟ କରାଯାଇଥିଲା । ବିଶ୍ୱରେ ଭାରତ କରୋନା ସଂକ୍ରମିତଙ୍କ ସଂଖ୍ୟରେ ଦ୍ୱିତୀୟରେ ରହିଛି ।