ଶିବ ଶପଥ କାର୍ଯ୍ୟକ୍ରମର ଶୁଭାରମ୍ଭ : ଜେପି ନଡ୍ଡା


ନୂଆଦିଲ୍ଲୀ- ସେପ୍ଟେମ୍ବର ୧୭ ତାରିଖରେ ହେବାକୁ ଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଦିନ ଅବସରରେ ବିଜେପି ସଭାପତି ଜେପି ନଡ୍ଡା ଶିବ ଶପଥ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଉତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା । ଏହାର ମୁ୍ଖ୍ୟ ଲକ୍ଷ ଖାଦ୍ୟ, ବସ୍ତ୍ର ଓ ବ୍ଳଡ ଇତ୍ୟାଦି ଦାନ କରିବା । ନଡ୍ଡା କହିଛନ୍ତି ଦେଶରେ ଜନସାଧାଣଙ୍କ ସେବା ପାଇଁ ମୋଦି ଉତ୍ସଗୀକୃତ । ଏହି କାର୍ଯ୍ୟକ୍ରମର ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି ନଡ୍ଡା । ସମସ୍ତ ଦଳୀୟ କର୍ମୀ ଓ ମୁଖ୍ୟ କର୍ମକତା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଉପରେ ବିଭିନ୍ନ ବିଷୟ ଉପରେ ଦୃଷ୍ଟି ଦିଆଯାଇଥିଲା । ଶିବ ଶପଥ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂ, ଗୌତମ ବୁଦ୍ଧ ନଗର ସାଂସଧ ମହେଶ ଶର୍ମା, ରାଜ୍ୟସଭା ସାଂସଦ ସୁରେନ୍ଦ୍ର ନଗର ଓ ସ୍ଥାନୀୟ ବିଧାୟକ ପଙ୍ଗଜ ସିଂ, ଧୀରେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − 7 =