ସ୍କୁଲ୍-ଫି ଛାଡ଼କୁ ନେଇ ମିଥ୍ୟପ୍ରଚାର !

ଭୁବନେଶ୍ୱର: କରୋନା କରାଳରେ ଆର୍ଥିକ ସଙ୍କଟରେ ପୀଡ଼ିତ ଅଭିଭାବକମାନଙ୍କୁ ସ୍କୁଲ୍ ଫିରୁ ରିହାତି ଦେବାଲାଗି ସମ୍ବଲପୁରର ଜଣେ ଓକିଲ ମହମ୍ମଦ ଆନସାରି, ଓଡିଶା ସରକାରଙ୍କୁ ପକ୍ଷ ରଖି ମାନ୍ୟବର ଉଚ୍ଚନ୍ୟାୟାଳୟରେ ଚଓଖ ଫାଇଲ୍ କରିଛନ୍ତି । ପରେ ପରେ କଟକର ଆଉଜଣେ ଓକିଲ ପ୍ରହଲାଦ ରାଉତ, ଭୁବନେଶ୍ୱରସ୍ଥ ଏକ ଅଭିଭାବକ ସଂଘ, ଏକ ଘରୋଇ ସ୍କୁଲ୍ ପରିଚାଳନା ସଂଘ ଏବଂ ଏକ ଶିକ୍ଷକ ସଂଘ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି ।
ଘରୋଇ ବିଦ୍ୟାଳୟମାନଙ୍କର ସ୍କୁଲ୍-ଫିରୁ ଏହାର ଅଭିଭାବକମାନଙ୍କୁ କିପରି ରିହାତି ଦିଆଯାଇପାରିବ, ମାନ୍ୟବର କୋର୍ଟ ଏହାକୁ ଶୁଣାଣି କରି ଏକ କମିଟି ଜରିଆରେ ଓ ଆପୋଷ ବୁଝାମଣା ମାଧ୍ୟମରେ ଓଡ଼ିଶା ସରକାରଙ୍କ ମତ ମାଗିଛନ୍ତି ଯାହାର ଶୁଣାଣି ୧୪ ତାରିଖରେ କରାଯିବ । କିନ୍ତୁ ଏହାର ଯଥେଷ୍ଟ ପୂର୍ବରୁ ଆପୋଷ ବୁଝାମଣା ମାଧ୍ୟମରେ ୩୦% ଟ୍ୟୁସନ ଫି ଛାଡ଼ କରାଯିବାର ବୁଝାମଣା ହୋଇଛି ବୋଲି ଗଣମାଧ୍ୟମରେ ପ୍ରଚାର ଚାଲିଛି । ଏଥିରେ ପକ୍ଷଭୁକ୍ତ ହୋଇଥିବା ଅଭିଭାବକ ସଂଘ, ସମସ୍ତ ପକ୍ଷଙ୍କୁ ନେଇ ଏକ ଗଙଟ ହୋଇଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର କରୁଛି । କିନ୍ତୁ ଏହି ମକଦ୍ଧମାର ମୂଳ ଅର୍ଜିଦାରଙ୍କ ଅଭିଭାବକ ପ୍ରତିନିଧିଙ୍କୁ ସାଇ ଇଣ୍ଟରନ୍ୟାସନାଲ ଅଭିଭାବକ ସଂଘ ତରଫରୁ ଯୋଗାଯୋଗ କରିବାରେ ସେ କହିଛନ୍ତି, ଏହି ଗଙଟ କ’ଣ କମିଟିରେ ଆଲୋଚନା କିମ୍ବା ପର୍ଯ୍ୟାଲୋଚନା ହୋଇନାହିଁ । ପକ୍ଷଭୁକ୍ତ ହୋଇଥିବା ଘରୋଇ ବିଦ୍ୟାଳୟ ସଂଘ, ଶିକ୍ଷକ ସଂଘଙ୍କ ସହ ଏହି ଅଭିଭାବକ ସଂଘ ଏକ ଭିତିରି ବୁଝାମଣା କରି ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଓଡ଼ିଶା ସରକାରଙ୍କୁ ୩ ପକ୍ଷ ମିଳିତ ପ୍ରସ୍ତାବ ଦେଇଛନ୍ତି । ଆଲୋଚନା ପାଇଁ ୫ ପକ୍ଷଙ୍କୁ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପକ୍ଷଭୁକ୍ତ ପ୍ରହ୍ଲାଦ ରାଉତ ୯ ତାରିଖ ବୈଠକରେ ଅନୁପସ୍ଥିତ ଥିଲେ ।
ମୂଳ ଅର୍ଜିଦାରଙ୍କ ଅଭିଭାବକ ପ୍ରତିନିଧି କହିଛନ୍ତି, ୩ ପକ୍ଷ ଏହି ମିଳିତ ବୁଝାମଣା ଦାବିକୁ କମିଟିରେ ଉନ୍ମୁକ୍ତ କରି ଆଲୋଚନା କରାଯିବା ନିମନ୍ତେ ସେ ପ୍ରସ୍ତାବ ରଖିଥିଲେ । କିନ୍ତୁ ପକ୍ଷଭୁକ୍ତ ହୋଇଥିବା ଅଭିଭାବକ ସଂଘ ଏହାକୁ ଖୋଲାମଖୋଲା ଆଲୋଚନା କରିବାକୁ ଦୃଢ ବିରୋଧ କରିଥିଲେ । କମିଟିରେ ଆଲୋଚନା ନ କରାଯିବାକୁ ନେଇ ସେ ଅସନ୍ତୋଷ ଥିବା ଜଣାପଡ଼ିଛି । ସେ ଏକ ଭିନ୍ନ ନିବେଦନ ସରକାରଙ୍କ ପାଖରେ ରଖିଛନ୍ତି, ଯେଉଁଥିରେ କି କେବଳ ଶିକ୍ଷକ ଓ କର୍ମଚାରୀମାନଙ୍କ ଦରମା ବ୍ୟତୀତ ଅନ୍ୟାନ୍ୟ ବାର୍ଷିକ ଏବଂ ସହାୟକ ଫି ଗୁଡ଼ିକୁ ସମ୍ପୂର୍ଣ୍ଣ ଛାତ କରିବା, ସ୍କୁଲ୍ ପରିଚାଳନା ପାଇଁ ଅନ୍ୟାନ୍ୟ ଆବଶ୍ୟକତା ଖର୍ଚ୍ଚ, ଉଈଝଋ, ଭଚ୍ଚର-କ୍ଷବଙ୍ଗ ଅନୁସାରେ ଜରୁରୀକାଳୀନ ପାଣ୍ଠିରୁ ସ୍କୁଲ୍ ଭରଣ କରୁ ବୋଲି ମତ ରଖିଛନ୍ତି । ଏହାଛଡ଼ା ଶିକ୍ଷା ବିଭାଗର ଆରକ୍ଷଣ ପାଣ୍ଠିରୁ କିଛି ସରକାର ସହାୟତା କରନ୍ତୁ ବୋଲି ନିବେଦନ କରିଛନ୍ତି ।

Leave A Reply

Your email address will not be published.

fourteen − ten =