ନିୟମଗିରିରେ ପୁଣି ମାଓବାଦୀଙ୍କ ତାଣ୍ଡବ

ରାୟଗଡ: ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରେ ପୁଣିଥରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ତାଣ୍ଡବଲିଳା । ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ୧୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିଲା । ଅଭିଯୋଗ ଅନୁଯାୟୀ ରାସ୍ତା କାମକୁ ବିରୋଧ କରି ଗତ କାଲି ମଧ୍ୟରାତି ପ୍ରାୟ ୧୨ ଘଣ୍ଟା ସମୟରେ ପ୍ରାୟ ୬୦ରୁ ଉଦ୍ଧ୍ୱର୍ ମାଓବାଦୀ କ୍ୟାମ୍ପ ନିକଟରେ ପହଂଚି ପ୍ରଥମେ ୨ ଜଣ ଶ୍ରମୀକଙ୍କୁ ବାନ୍ଧି ନିସ୍ତୁକ ମାଡ ମାରି ସେମାନଙ୍କ ମୋବାଇଲ ଛଡାଇ ନେଇଥିଲେ ଏବଂ ସେଠାରେ ଥିବା ୪ ଗୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଥିଲେ । ସେଥିମଧ୍ୟରେ ଦୁଇଟି ଜେସିବି, ଗୋଟିଏ ରୋଲର ଓ ଗୋଟିଏ ମିକଶ୍ଚର ମେସିନ ଥିବା ଜଣାପଡିଛି । ନିୟମଗିରିକୁ ରାସ୍ତା ନିର୍ମାଣ କରି ବେଦାନ୍ତ କମ୍ପାନୀ ଖଣି ଉତଳନ କରିବା ନିମନ୍ତେ ଚେଷ୍ଟା କରୁଛନ୍ତି ଏବଂ ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କୁ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଲିଖିତ ଥିବା ତିନୋଟି ପୋଷ୍ଟର ଲଗାଇଥିବା ଜଣାପଡିଛି ।

Leave A Reply

Your email address will not be published.

thirteen − 2 =