ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକଡର଼୍ରେ ବିଚକ୍ଷଣ ଶିଶୁ ମାର୍କ ଅଗ୍ରୱାଲ

ଝାରସୁଗୁଡା: ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ସହରରେ ଜଣେ ୩ବର୍ଷ ୮ମାସର କୁନି ବଙ୍କଳ ମାର୍କ ଅଗ୍ରୱାଲ । ସେ ନିକଟ ଅତୀତରେ ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକଡର଼୍ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି । ବାପା ବ୍ରିଜେଶ ଅଗ୍ରୱାଲ ଓ ମାଆ ସିମୋନା ଅଗ୍ରୱାଲଙ୍କ ପୁଅ ମାର୍କଙ୍କ ଏହି ସଫଳତା ପରେ ଅଂଚଳରେ ଖୁସିର ଲହରି ଖେଳି ଯାଇଛି । କୁନି ବଳକ ମାର୍କ କେବଳ ୧ ମିନିଟ ୧୯ ସେକେଣ୍ଡ ସମୟରେ ପେରିଓଡିକ ଟେବୁଲ, ୨ଶହଟି ଦେଶର ପତାକା ଚିହ୍ନଟ , ୫୬ଟି ସ୍ମୃତିଚିହ୍ନ ଚିହ୍ନଟ , ୫୯ଟି ଦେଶ ସହିତ ରାଜଧାନୀର ନାମ , ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରସାଶିତ ଅଂଚଳ ଗୁଡିକର ରାଜଧାନୀର ନାମ, ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ନାମ , ୪୦ଟି ବିପରିତ ଶବ୍ଦ, ୧୦୮ଟି ପ୍ରାଣୀ , ପକ୍ଷୀ ଓ କୀଟର ନାମ, ୧୭ଟି ପ୍ରାଣୀ ସାବକର ନାମ , ୩୦ଟି ଗୃହପାଳିତ ପ୍ରାଣୀ , ୨୯ଟି ଯାନବାହାନ, ୧୪ଟି ଫୁଲ , ୨୮ଟି ଫଳ , ୧୭ଟି ପନିପରିବା , ସାସ୍କୃତରେ ମନ୍ତ୍ର, ୧୭ଜଣ ମହାପୁରୁଷ, ୨୦ଟି କ୍ରୀଡ଼ା , ଶରୀରର ୨୫ଟି ଅଙ୍ଗ, ଜାତୀୟ ସଙ୍ଗୀତ , ବର୍ଷକ ୧୨ ମାସ ଆଦି ଉପରେ ସେ ଅତି ପାରଙ୍ଗମ । ଏହି ଗୁଡିକୁ ମାର୍କ କେବଳ ୧ମିନିଟ ୧୯ ସେକେଣ୍ଡ ସମୟ ମଧ୍ୟରେ ସମାପ୍ତ ଚିହ୍ନଟ ଓ କହିପାରିବାର ସର୍ବୋଚ୍ଚ ରେକର୍ଡ ରହିଥିବା ଜଣାପଡିଛି । ଏଥି ପାଇଁ ମାର୍କ ଏସିଆ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଭଳି ଦୁଇଟି ରେକର୍ଡରେ ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.

6 + 11 =