୨୭ ତାରିଖରୁ ସମସ୍ତ ବିଧାୟକଙ୍କ କୋଭିଡ ପରୀକ୍ଷା

ଭୁବନେଶ୍ୱର: ୨୯ ତାରିଖରୁ ବିଧାନସଭା ମୋସୁମୀ ଅଧିବେଶନ ଆରମ୍ଭ ହେବ । ଏହାର ୩ ଦିନ ପୂର୍ବରୁ ସବୁ ବିଧାୟକମାନଙ୍କର କୋଭିଡ ପରୀକ୍ଷା କରାଯିବ । ଏ ନେଇ ତ୍ୱରିତ୍ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବିଏସ୍ସି କମିସନର, ରାଜ୍ୟ ଔଷଧ ନିଗମ ପରିଚାଳନା ନିଦେ୍ର୍ଧଶିକା ଓ କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକଙ୍କୁ ଚିଠି ଲେଖିଛନ୍ତି । ଏହାସହିତ ବାଚସ୍ପତିଙ୍କ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ଏହାସହିତ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ଆରମ୍ଭ ହେବାର ପଂଚମ ଦିନ ବି ସମସ୍ତ ବିଧାୟକମାନଙ୍କର ପୁଣି ଥରେ କୋଭିଡ ପରୀକ୍ଷା କରାଯିବା ବିଧାୟକମାନଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ବିଧାନସଭା କର୍ମଚାରୀ ଓ ଅଧିକାରୀମାନଙ୍କର ବି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇ କହିଛନ୍ତି, ପ୍ରତ୍ୟେକ ବିଧାୟକମାନଙ୍କର ଆର୍ଟିପିସିଆର୍ ଟେଷ୍ଟ କରାଯିବ । ଏଥିପାଇଁ ଆସନ୍ତା ୨୭ ଓ ୨୮ ତାରିଖରେ ବିଧାନସଭା ପରିସରରେ ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ନମୁନା ସଂଗ୍ରହ କରାଯିବ । ପୁଣିଥରେ ଅକ୍ଟୋବର ୪ ତାରିଖରେ ବି ସବୁ ବିଧାୟକଙ୍କ ସମେତ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀମାନଙ୍କର ନମୁନା ସଂଗ୍ରହ କରି ଅର୍ଟିପିସିଆର୍ ପରୀକ୍ଷା ପାଇଁ ପଠାଯିବ । ଯଦି କୌଣସି ବିଧାୟକ ଅଧିବେଶନ ସମୟରେ ଅସୁସ୍ଥ ଅନୁଭବ କରନ୍ତି ତାହେଲେ ସେ କ୍ଷେତ୍ରରେ ତାଙ୍କର ଆଂଟିଜେନ୍ ଟେଷ୍ଟ ବି ବିଧାନସଭା ପରିସରରେ କରିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ଆସନ୍ତା ୨୬ ତାରିଖରୁ ୨୮ ତାରିଖ ଭିତରେ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ବିରୋଧ ଦଳ ନେତା, ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ବିଧାନସଭା ସଚିବାଳୟର ଅଧିକାରୀ ଓ କର୍ମଚାରୀମାନଙ୍କର ନମୁନା ସଂଗ୍ରହ କରି ଆର୍ଟିପିସିଆର୍ ଟେଷ୍ଟ ପାଇଁ ପଠାଯିବ । ଏଥିପାଇଁ ବିଧାନସଭା ପରିସରରେ ସକାଳ ୭ଟା ୩୦ରୁ ସକାଳ ୯ଟା ୩୦ ପର୍ଯ୍ୟନ୍ତ ନମୁନା ସଂଗ୍ରହଣ କରାଯିବ । ଅଧିବେଶନ ସମୟରେ ସମସ୍ତ ବିଧାୟକ, ଅଧିକାରୀ, ରିପୋର୍ଟ, ପ୍ରଶ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ, ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀ ଯେଉଁମାନେ ବିଧାନସଭା ହଲ ଭିତରକୁ ଦୈନିକ ଯିବେ, ସେମାନଙ୍କୁ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ହ୍ୟାଣ୍ଡ ଗ୍ଲୋଭସ, ମାସ୍କ ଓ ସାନିଟାଇଜର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ଏଥିପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ବିଧାୟକ, ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା ସମ୍ପର୍କିତ ତାଲିକା ଯଥେଷ୍ଟ ପୂର୍ବରୁ ବିଏମ୍ସିକୁ ଯୋଗାଇଦିଆଯିବ । ସ୍ୱାବ୍ ସଂଗ୍ରହ ଓ ପରୀକ୍ଷା ପାଇଁ ବିଧାନସଭା ସଚିବଙ୍କ ସହିତ ଆଲୋଚନା କରି ବିଏମ୍ସି କମିସନର ଆବଶ୍ୟକ ବ୍ୟବସ୍ଥ୍ୟା କରିବେ । ସେହିପରି ରାଜ୍ୟ ଔଷଧ ନିଗମ ପକ୍ଷରୁ ଫେସ୍ ସିଲ୍ଡ, ମାସ୍କ, ହ୍ୟାଣ୍ଡ ଗ୍ଲୋଭସ୍ ଓ ସାନିଟାଇଜର ଆଦି ଯୋଗାଇ ଦିଆଯିବ । ବିଧାୟକ ଓ ଅଧିକାରୀମାନଙ୍କର ନମୁନା ସଂଗ୍ରହ ପାଇଁ କ୍ୟାପିଟାଲ୍ ନିଦେ୍ର୍ଧଶକ ଏହିସବୁ ଦିନମାନଙ୍କରେ ଆବଶ୍ୟକ ଡାକ୍ତରୀ ଦଳ ମୁତୟନ କରିବେ । ଏହାସହିତ ଅଧିବେଶନ ଚାଲୁଥିବା । ସମର୍ୟରେ ଗୋଟିଏ ଡାକ୍ତରୀ ଟିମ୍ ବିଧାନସଭା ପରିସରରେ ଉପସ୍ଥିତ ରହିବେ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଛନ୍ତି । ଗତ ୭ ତାରିଖରେ ବିଧାନସଭା ବାଚସ୍ପତି ବୈଠକ କରି ବିଧାୟକମାନଙ୍କର ସୁରକ୍ଷା ଦୃଷ୍ଟିରୁ କରୋନା ପରୀକ୍ଷା କରିବା ପାଇଁ ନିଷ୍ପତି ନେଇଥିଲେ । ପରେ ବିଧାନସଭା ସଚିବ ଏ ସମ୍ପର୍କରେ ଆବଶ୍ୟକ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିଲେ ।

Leave A Reply

Your email address will not be published.

thirteen − 8 =