୯୩ କେଜି ଗଞ୍ଜେଇ ଜବତ


ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱର ସ୍ଥିତ ଭରତପୁର ଅଂଚଳରୁ ଏକ ବୋଲରୋରୁ ଜବତ ହୋଇଛି ୯୩ କେଜି ଗଞ୍ଜେଇ । ଅଭିନବ ଉପାୟରେ ବୋଲରୋରେ ହେଉଥିଲା ଗଞ୍ଜେଇ ଚାଲାଣ । ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗରିଫ କରିଛି ଅବକାରୀ ବିଭାଗ । ବୋଲେରୋ ଭିତରେ ପାଖାପାଖି ୪ରୁ ଅଧିକ ସିକ୍ରେଟ ଚାମ୍ବର ହୋଇଥିବା ବେଳେ ତା ଭିତରୁ ଛୋଟ ଛୋଟ ପ୍ୟାକେଟର ଗଞ୍ଜେଇ ଭର୍ତି ହୋଇଥିବା ଦେଖିବାକୁ ମିଳିଛି । ଅବକାରୀ ବିଭାଗ ମୋଟ ୯୩ କେଜି ଗଞ୍ଜେଇ ଜବତ କରିଛି ।

Leave A Reply

Your email address will not be published.

18 − seven =