ଋାୟଗଡାରେ ପ୍ଲାଜମା ଦାନ କଲେ ୪ଜଣ

ଋାୟଗଡା: ରାୟଗଡା ଜିଲ୍ଲାରୁ କରୋନରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୯ଜଣଙ୍କର ରକ୍ତ ନମୁନା ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେମାାନଙ୍କ ମଧ୍ୟରୁ ୫ଜଣ ପ୍ଲାଜମାା ଦାନ କରିପାରିବେ ବୋଲି ଭେଷଜ ମହାବିଦ୍ୟାଳୟ ପକ୍ଷରୁ ସୁଚନା ଆସିଲା ।

ସେହି ଅନୁସାରେ ସେମାନଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିବାରୁ ଜଣେ ପ୍ଲାଜମା ଦାନ କରିବାକୁ ମନା କରିଥିଲେ ଓ ୪ଜଣ ଯାଇ ବ୍ରହ୍ମପୁରଠାରେ ନିଜର ପ୍ଲାଜମା ଦାନ କରିଥିଲେ ।

ସେମାନଙ୍କ ମଧ୍ୟରୁ ୩ଜଣ କୋଭିଡ ଯୋଦ୍ଧା ଥିବା ବେଳେ ଜଣେ ସାଧାରଣ ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି । ପ୍ଲାଜମା ଦାନ କରିଥିବା ବ୍ୟକ୍ତି ମାନଙ୍କୁ ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, କୋଭିଡ ନୋଡାଲ ଅଧିକାରୀ ଶ୍ରୀ ଅମୃତ ରୁତୁରାଜ, ପ୍ଲାଜମା ଥେରାପି ସହଯୋଜିକା ଡା. ଶ୍ରୀ ରାୟ ଆଦି ପ୍ଲାଜମା ଦାତାଙ୍କୁ ସ୍ୱାଗତ କରିଥିଲେ ।

ଆସନ୍ତା ୧୧ ତାରିଖରେ ପୁଣି ୧୧ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟକୁ ଯିବ ଏବଂ ପ୍ଲାଜମା ଦାନ କରିବାକୁ ଯୋଗ୍ୟ ହେଲେ ସେମାନେ ପ୍ଲାଜମା ଦାନ କରିବେ । ପ୍ରକାଶ ଥାଉକି ଜିଲ୍ଲାରୁ ବର୍ତମାନ ସୁଦ୍ଧା ୫୬୨୬ଜଣ କରୋନା ରେ ଆକ୍ରାନ୍ତ ବ୍ୟକ୍ତିମାନେ ସୁସ୍ଥ ହେଲେଣି ।

ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ କରୋନାରୁ ସୁସ୍ଥ ବ୍ୟକ୍ତିି ମାନଙ୍କୁ ପ୍ଲାଜମା ଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

twelve + 12 =