ତିର୍ତୋଲରେ ବିଜେଡି ଆଶାୟୀଙ୍କ ସଂଖ୍ୟା ବଢୁଛି

ଜଗତସିଂହପୁର : ତିର୍ତୋଲ ସଂରକ୍ଷିତ ବିଧାନସଭା ଆସନ ନିମନ୍ତେ ଉପ ନିର୍ବାଚନରେ କିଏ କେଉଁ ଦଳରେ ପ୍ରାର୍ଥୀ ହେବ, ସେନେଇ ତିର୍ତୋଲ, ରଘୁନାଥପୁର ଓ ବିରିଡି ଅଞ୍ଚଳର ବିଭିନ୍ନ ଦଳର କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମୁଦାୟ ୬୧ ଟି ଗ୍ରାମ ପଞ୍ଚାୟତକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୬୦ ହଜାର ଭୋଟର ମତଦାନ ଗ୍ରହଣ କରିବେ ଆସନ୍ତା ନଭେମ୍ବର ମାସ ଶେଷ ସପ୍ତାହରେ । ଯଦିଓ ନିର୍ବାଚନ ବିଜ୍ଞପ୍ତି ସରକାରୀଭାବେ ଘୋଷଣା କରାଯାଇନାହିଁ, କିନ୍ତୁ ନୀର୍ବାଚନ କମିଶନଙ୍କ ସୁଚନା ଅନୁଯାୟୀ ନଭେମ୍ବର ମାସର ୨୦ରୁ ୨୫ ତାରିଖ ମଧ୍ୟରେ ନିର୍ବାଚନ ତାରିଖ ସ୍ଥିରିକୃତ ହେବ । ତେବେ ଶାସକ ବିଜୁ ଜନତା ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୧୭ ତାରିଖ ମହାଳୟା ଅମାବାସ୍ୟା ଦିନ ସାରଳା ମନ୍ଦିର ଠାରୁ ପୁର୍ବତନ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ଦାସ ତାଙ୍କର ପ୍ରଚାର ପତ୍ର ଦ୍ୱାରା ଦଳୀୟ ଶୃଙ୍ଖଳା ରକ୍ଷା ଓ ଜଣେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ବିଶେଷକୁ ପ୍ରାର୍ଥୀ କରାଇବା ଉପରେ ତାଙ୍କର ପ୍ରଚାର ପତ୍ରରେ ସନେ୍ଦଶ ଦେଇଛନ୍ତି । ସେ ଗତ କାଲି ଠାରୁ ତିର୍ତୋଲ, କନକପୁର, କଟରା, ମୂଳିସି, ତରଜଙ୍ଗା ଗ୍ରାମ ପଞ୍ଚାତର ପ୍ରାୟ ଶତାଧିକ ବିଜୁ ଜନତା ଦଳର ଛାମୁଆ କର୍ମୀଙ୍କୁ ତାଙ୍କର ପ୍ରଚାର ପତ୍ର ଜରିଆରେ ଜଣେ ଉତମ, ସ୍ୱଛ ଟାଣୁଆ ଏବଂ ସ୍ୱାଭିମାନୀ ନେତା ଚୟନ ପ୍ରକି୍ରୟା ଦ୍ୱାରା ଦୁଃଖି ରଖିଙ୍କ ସାଥିରେ ସହଭାଗୀ ହୋଇପାରୁଥିବା ପ୍ରାର୍ଥୀ ଚୟନ ଉପରେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ଦାସ ସେଦିଗରେ ଜଣେ ସୁଚ୍ଚା ବିଜୁ ଜନତା ଦଳର ଆଗ ଧାଡିର ନେତା ଭାବରେ ବେଶ ଜଣାଶୁଣା । ସେ ଜଣେ ଭୋଇ ସମ୍ପ୍ରଦାୟର ନେତା ହେତୁ ଜଗତସିଂହପୁର ଜିଲ୍ଲା ଭୋଇ ମହାସଭାର ସେ ଆଗ ଧାଡିର ନେତା । ଏହି ଆସନ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି ବିଜେଡି ଛାମୁଆ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ତେବେ ବିଜୁ ଜନତା ଦଳର ଆଉ ଆଶାୟୀ ଦୌଡରେ ୰ବିଷ୍ଣୁ ଦାସଙ୍କ ପୁତ୍ର ବବୁଲ ଦାସ, ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଯୁଧିଷ୍ଠିର ସେଠୀ, ରାଜଶ୍ରୀ ମଲ୍ଲୀକଙ୍କ ସ୍ୱାମୀ ଆଶୁତୋଷ ମଲ୍ଲିକ ମଧ୍ୟ ପ୍ରାର୍ଥୀ ଦୌଡରେ ଅଛନ୍ତି । ସେହିପରି କଂଗ୍ରେସର ଦଳର ଦେବେନ୍ଦ୍ର ମଲ୍ଲିକ, ଦେବ ପ୍ରସାଦ ମଲ୍ଲିକ. ପ୍ରତିମା ମଲ୍ଲିକଙ୍କ କଥା ଶୁଣା ଯାଉଛି । ଅନ୍ୟତମ ବିରୋଧି ଦଳ ଭାରତୀୟ ଜନତା ପାର୍ଟିରେ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଛି । ଏହି ପ୍ରାର୍ଥୀ ଦୌଡରେ ରମାକାନ୍ତ ଭୋଇ, ରାଜକିଶୋର ବେହେରା, ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ନାମ ମଧ୍ୟ ଉଠୁଛି । ତେବେ ଏଠାରେ ଦଳିୟ ସୁପି୍ରମୋ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନବୀନ ବାବୁଙ୍କ ପସନ୍ଦ ଯୋଗ୍ୟ ପ୍ରାର୍ଥୀ ଭାବରେ ପୁର୍ବତନ ଜିଲ୍ଲା ପପରିଷଦ ସଦସ୍ୟ ବିଜୟ କୁମାର ଦାସ ବେଶ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

Leave A Reply

Your email address will not be published.

nineteen + 4 =